କିଞ୍ଜିରକେଲାରେ ବିଜେଡିର କର୍ମୀ ସମ୍ମିଳନୀ: ବିନୟଙ୍କ ବିପୁଳ ବିଜୟ ପାଇଁ ସଂକଳ୍ପ – Kalinga News
[ad_1]
ସୁନ୍ଦରଗଡ଼: ତଳସରା ବିଧାନସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ବିନୟ କୁମାର ଟପ୍ପୋଙ୍କ ପ୍ରଚାର ଜୋର୍ ଧରିଛି। ସମର୍ଥକ ଓ କର୍ମୀଙ୍କ ସହ ଶ୍ରୀ ଟପ୍ପୋ ଗାଁ, ପଡ଼ା ଓ ଘରକୁ ଯାଇ ଭୋଟରଙ୍କ ଆଗରେ ନବୀନଙ୍କ ବିବିଧ ଯୋଜନା ଓ ବିକାଶର ଚିଠା ଉପସ୍ଥାପିତ କରି ଷଷ୍ଠଥର ପାଇଁ ତାଙ୍କ ହାତରେ ରାଜ୍ୟ ନେତୃତ୍ବ ଦେବାକୁ ନିବେଦନ କରୁଛନ୍ତି। ଏହିକ୍ରମରେ ଗୁରୁବାର ବାଲିଶଙ୍କରା ବ୍ଲକ୍ କିଞ୍ଜିରକେଲା ଖେଳପଡ଼ିଆରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାର୍ଥୀ ଶ୍ରୀ ଟପ୍ପୋ ଓ ଅନ୍ୟ ନେତୃବୃନ୍ଦ ଯୋଗ ଦେଇ ଦିନରାତି ଏକ କରି ଲଢ଼େଇ କରିବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ବିନୟଙ୍କ ବିପୁଳ ବିଜୟ ପାଇଁ କର୍ମୀମାନେ ବେଶ ଉତ୍ସାହର ସହ ସଂକଳ୍ପ କରିଥିଲେ। ସମ୍ମିଳନୀରେ ବାଲିଶଙ୍କରା ପଞ୍ଚାୟତସମିତି ଅଧ୍ୟକ୍ଷା କୁଞ୍ଜଲତା ଭିତିରିଆ, ଜିଲ୍ଲା ପରିଷଦ ସଭ୍ୟ ବିନୋଦ କୁଜୁର, ଜୟନ୍ତୀ ଏକ୍କା, କିଞ୍ଜିରକେଲା ସରପଞ୍ଚ ବିନେଦିକ୍ତା ଟପ୍ପୋ, ବିରକାଲଡିହି ସରପଞ୍ଚ ସହଦେବ ପଧାନ, ରବୀନ୍ଦ୍ର ନାଏକ, ଜିଲ୍ଲା ଯୁବ ବିଜେଡି ଉପସଭାପତି ଉମେଶ କୁମାର ଶର୍ମା, ବିଚି ସାହୁ, ଭଗବାନ ସାହୁ, ରଜତ ଭଇଁସାଲ, ସଂଜୀବ ସାହୁ, ଲବଣୀଧର ବାରିକ, ଛବିଳ ବାରିକ, ଅମିତ ସାହୁ, ଅଶୋକ ଛଛାନ, ଅଶୋକ ନାଏକ, ଗିରୀଶ ଦାଶ, କିଞ୍ଜିରକେଲା ପୂର୍ବତନ ସରପଞ୍ଚ ବଳଦେବ ବାଘ, ରାମଚନ୍ଦ୍ର ମିଞ୍ଜ, ଜିତେନ ନାଏକ, ବିର୍ସୁ ବେକ, ଅନିତା ପଟେଲ, ରାଧା ନାଏକ, ମମତା, ବେହେରାଡିହି ସମିତିସଭ୍ୟ ପ୍ରହଲ୍ଲାଦ କୁଜୁର, ପଞ୍ଚାୟତ ସଭାପତି ବୀରେନ୍ଦ୍ର ଟପ୍ପୋ, ବନ୍ଧବାହାଲ ସଭାପତି ଜୟନ୍ତ କାଲୋ, ଲିସାଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ।
ଆଜି ଆସିବେ ପାଣ୍ଡିଆନ
ନିର୍ବାଚନ ପ୍ରଚାର ପାଇଁ ଶୁକ୍ରବାର ଦୁଇଦିନିଆ ଗସ୍ତରେ ସୁନ୍ଦରଗଡ଼ ଆସିବେ ବରିଷ୍ଠ ବିଜେଡି ନେତା ଭି.କାର୍ତ୍ତିକେୟ ପାଣ୍ଡିଆନ। ସେ ୧୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେବେ। ୧୦ ତାରିଖ ଅପରାହ୍ନ ୩ଟା ୪୦ରେ ହେଲିକାପ୍ଟର ଯୋଗେ ସବଡେଗା ବ୍ଲକ୍ ପଡ଼ିଆରେ ଓହ୍ଲାଇ ସେଠାରେ ଆୟୋଜିତ ଜନସମାବେଶକୁ ଉଦବୋଧନ ଦେବେ। ୪ଟା ୩୦ରୁ ସେଠାରୁ ବାହାରି ୪ଟା ୫୦ରେ ରାଜଗାଙ୍ଗପୁର ଜାମପାଲି ଫୁଟବଲ ପଡ଼ିଆରେ ଓହ୍ଲାଇ ସଡ଼କ ପଥରେ ସମାବେଶସ୍ଥଳକୁ ଯାଇ ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖି ୫ଟା ୩ରେ ରାଉରକେଲା ଅଭିମୁଖେ ବାହାରିଯିବେ।
ରାଉରକେଲାରେ ସନ୍ଧ୍ୟା ସାଢ଼େ ୬ଟାରେ ରୋଡସୋରେ ଭାଗ ନେଇ ପାନ୍ଥନିବାସରେ ରାତ୍ରିଯାପନ କରିବେ। ୧୧ ତାରିଖ ଦିନ ୧୧ଟାରେ ରଘୁନାଥପାଲି ବିଧାନସଭା କ୍ଷେତ୍ରର ସେକ୍ଟର-୨ ଦୁର୍ଗାପୂଜା ପଡ଼ିଆରେ ଯୋଗ ଦେଇ ୧୨ଟା ୫ରେ ବୀରମିତ୍ରପୁର ବିଧାନସଭାର କୁଆରମୁଣ୍ଡା ରାମପାଲ ପଡ଼ିଆ, ଅପରାହ୍ନ ୩ଟା ୫୫ରେ ବଣାଇ ବିଧାନସଭାର ଲହୁଣିପଡ଼ା ବଡ଼ ପୁରୁଣାପାଣି ପଡ଼ିଆରେ ଉଦବୋଧନ ଦେବେ। ୫ଟା ୫ରେ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରର ସର୍ଗିପାଲି କଲେଜ ପଡ଼ିଆରେ ଓହ୍ଲାଇ ସଡ଼କ ପଥରେ ସୁନ୍ଦରଗଡ଼ କଲ୍ୟାଣମଣ୍ଡପକୁ ଆସିବେ। ଏହା ପରେ ସନ୍ଧ୍ୟା ୬ଟାରୁ ରାତି ୮ଟା ଯାଏ ସୁନ୍ଦରଗଡ଼ରେ ଏକ ବିଶାଳ ରୋଡସୋରେ ଭାଗ ନେବାର କାର୍ଯ୍ୟକ୍ରମ ଥିବା ଦଳ ପକ୍ଷରୁ ପ୍ରକାଶ। ଏଥିପାଇଁ ସେସବୁ ସ୍ଥାନରେ ଆବଶ୍ୟକ ପ୍ରସ୍ତୁତି କରାଯାଇଛି।
[ad_2]