ପୂର୍ବତନ ବିଧାୟକ ଭାଦବ ହାଁସଦାଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀଙ୍କ ବିଜେପିରେ ଯୋଗଦାନ – Kalinga News

[ad_1]
ରାଇରଙ୍ଗପୁର: ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ବିଭିନ୍ନ ରାଜନୈତିକ ଦଳର କସରତ। ନିଜ ନିଜ ଦଳପ୍ରତି ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ଚାଲିଛି ପ୍ରୟାସ। ଏହି ଅବସରରେ ମୟୂରଭଂଜ ଜିଲ୍ଲାର ବହୁ ନେତା ଓ କର୍ମୀ ଦଳ ଡିଆଁ ଆରମ୍ଭ କରିଦେଇଛଛ୍ତି। ମୟୂରଭଞ୍ଜ ଜିଲା ସାରସକଣା ନିର୍ବାଚନ ମଣ୍ଡଳୀର ବିଜେଡ଼ିର ପୂର୍ବତନ ବିଧାୟକ ଭାଦବ ହାଁସଦାଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ବିଜେପିରେ ଯୋଗଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମୟୂରଭଂଜ ଜିଲ୍ଲା ହେଉଛି ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା । ବିଜେପି ନିଜ ଦଳକୁ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ଚାଲିଛି ପ୍ରୟାସ। ବିଜେପି ନିଜ ଦଳକୁ ଆହୁରି ମଜବୁତ ଓ କର୍ମୀମାନଙ୍କୁ ସକ୍ରିୟ କରିବା ପାଇଁ ଉଦ୍ୟମ ଜାରି ରଖିଛି। ଭୁବନେଶ୍ବରର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଜୁଏଲ ଓରାମଙ୍କ ନେତୃତ୍ବରେ ମିଶ୍ରଣ ପର୍ବରେ ବିଜେଡି ଦଳରୁ ପୂର୍ବତନ ବିଧାୟକ ଭାଦବ ହାଁସଦାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ବିଜେପିରେ ଯୋଗଦାନ କରିଥିଲେ।
ତେବେ ଗତ ସାଧାରଣ ନିର୍ବାଚନରେ ବିଜେପି ବିଜୟ ଲାଭ କରିଥିବା ବେଳେ ଆଗାମୀ ସାଧାରଣ ନିର୍ବାଚନରେ ମଧ୍ୟ ନିଶ୍ଚିନ୍ତ ଭାବରେ ଏହାର ପ୍ରଭାବ ପଡିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ହାଁସଦା ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ବିଜେପିର ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ସାରସକଣା ବିଧାୟକ ଡ ବୁଢ଼ାନ ମୁର୍ମୁ, ଭାରତୀୟ ଜନତା ପାର୍ଟିର ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଆଲୋକ ରଞ୍ଜନ ମହାନ୍ତଙ୍କ ସମେତ ଅନ୍ୟାନ୍ୟ ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।
[ad_2]




