ରାଜନୀତି

ଦିଲ୍ଲୀ ରାଜନୀତି: ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସୁନୀତା – Kalinga News

[ad_1]

ଭେଟିଲେ ଆପ୍‌ର ୫୫ ବିଧାୟକ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ ଯିବା ପରେ ଦିଲ୍ଲୀ ସରକାରରେ ଘୋର ସଙ୍କଟ ସୃଷ୍ଟି ହୋଇଛି। କୌଣସି ସରକାରୀ ଫାଲଇ ଘୁଞ୍ଚନାହିଁ। ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ସମସ୍ତ ଫାଇଲ୍‌ ଉପରାଜ୍ୟପାଳଙ୍କ ପାଖକୁ ଯାଉଥିବାରୁ ଏହା ଏବେ ସମ୍ଭବ ହୋଇପାରୁ ନାହିଁ। ତେଣୁ ଏହି ସଙ୍କଟକୁ ଏଡ଼ାଇବା ଲାଗି କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ ପତ୍ନୀ ସୁନୀତା କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ତେବେ ଆସନ୍ତାକାଲି ଦିଲ୍ଲୀ ହାଇକୋର୍ଟରେ କେଜ୍ରିୱାଲଙ୍କ ପିଟିସନ ଉପରେ ସମସ୍ତଙ୍କର ଆଖି ରହିଛି। କେଜ୍ରିୱାଲଙ୍କୁ ଜାମିନ ନ ମିଳିଲେ ସେ ଇସ୍ତଫା ଦେଇପାରନ୍ତି।
କେଜ୍ରିୱାଲଙ୍କ ବାସଭବନରେ ଆଜି ଏହାକୁ ନେଇ ଦିନ ତମାମ୍ କସରତ ଚାଲିଛି। ଶାସକ ଆପ୍‌ର ୬ ଜଣ ମନ୍ତ୍ରୀଙ୍କ ସମେତ ଆଜି ୫୫ ବିଧାୟକ ସୁନୀତାଙ୍କୁ ଭେଟିଛନ୍ତି। ମନ୍ତ୍ରୀ ଆତିଶୀ, ସୌରଭ ଭରଦ୍ୱାଜ, ଗୋପାଳ ରାୟ, ଦୁର୍ଗେଶ ପାଠକ, ପ୍ରହ୍ଲାଦ ସାହାନି ଏବଂ ରାଜେଶ ଗୁପ୍ତା ସୁନୀତାଙ୍କ ସହ ଆଗାମୀ କାର୍ଯ୍ୟପନ୍ଥା ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ସମୟରେ ଆପ୍‌ର ସମସ୍ତ ବିଧାୟକ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ କୌଣସି ସ୍ଥିତିରେ ବି ଇସ୍ତଫା ଦେବା ଉଚିତ ନୁହେଁ।

ଦିଲ୍ଲୀରେ ଆପ୍‌ର ମୋଟ ୬୨ ଜଣ ବିଧାୟକ ଅଛନ୍ତି। ଏମାନଙ୍କ ମଧ୍ୟରୁ ୫୫ ଜଣ ବିଧାୟକ ସୁନୀତା କେଜ୍ରିୱାଲଙ୍କୁ ଭେଟିଥିବାରୁ ଏହାକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ହୋଇଛି। କେଜ୍ରିୱାଲ ଯଦି ଇସ୍ତଫା ଦେବାକୁ ବାଧ୍ୟ ହୁଅନ୍ତି ତେବେ ଦଳ ଓ ସରକାରର ମଙ୍ଗ ଧରିବାକୁ ସୁନୀତା ହିଁ ପ୍ରଥମ ପସନ୍ଦ ହେବେ ବୋଲି ଆଲୋଚନା ହେଉଛି। ଦଳର ବରିଷ୍ଠ ନେତା ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ମଧ୍ୟ ଏବେ ଜେଲରେ ଅଛନ୍ତି। ଏହାବ୍ୟତୀତ ୪ ଜଣ ବିଧାୟକ ଦିଲ୍ଲୀ ବାହାରେ ଅଛନ୍ତି। ଏହି ସମୟରେ ସୁନୀତା କେଜ୍ରିୱାଲଙ୍କୁ ଭେଟିଥିବା ବିଧାୟକମାନେ ତାଙ୍କୁ କହିଥିଲେ ଯେ ଦିଲ୍ଲୀର ୨ କୋଟି ଲୋକ କେଜ୍ରିୱାଲଙ୍କ ସହ ଅଛନ୍ତି। ଜେଲ୍‌ରୁ ସରକାର ଚଳାଇବା ପାଇଁ ବର୍ତ୍ତମାନ ସ୍ଥିତିରେ ଉଚିତ ପଦକ୍ଷେପ ହେବ ବୋଲି ବିଧାୟକମାନେ କହିଛନ୍ତି। ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି ଯେ ବର୍ତ୍ତମାନ କେବଳ ସୁନୀତା କେଜ୍ରିୱାଲ ହିଁ ଜେଲରେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିପାରିବେ। ତେଣୁ ତାଙ୍କ ମାଧ୍ୟମରେ ଦଳ ସବୁ ଯୋଗସୂତ୍ର ରକ୍ଷା କରିବ। ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଏବେ ସେ ସୁସ୍ଥ ଅଛନ୍ତି ଏବଂ କୌଣସି ସମସ୍ୟା ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button