ରାଜନୀତି

ପଞ୍ଚାୟତ ନିର୍ବାଚନର ଗାଡ଼ିଭଡ଼ା ଏଯାଏଁ ମିଳିନି: ନିର୍ବାଚନ ପାଇଁ ଗାଡ଼ି ଦେବାକୁ ମାଲିକ ଅମଙ୍ଗ – Kalinga News

[ad_1]

ନିମାପଡ଼ା: ୨୦୨୨ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଚାରିଚକିଆ ଯାନଗୁଡ଼ିକ ଭଡ଼ାରେ ନେଇଥିଲେ। ସେମାନଙ୍କ ଭଡ଼ା ବାବଦ ଅର୍ଥ ଦୁଇ ବର୍ଷ ହେବ ଜିଲ୍ଲା ପ୍ରଶାସନ ଦେଉନଥିବାରୁ ଆସନ୍ତା ସାଧାରଣ ନିର୍ବାଚନରେ ଗାଡ଼ିଗୁଡ଼ିକ ରିକ୍ୟୁଜିସନ୍‌ ହେବା ପୂର୍ବରୁ ଚାରିଚକିଆ ଯାନର ଚକା ଓ ଯନ୍ତ୍ରାଂଶ ଖୋଲି ଅଚଳ କରି ନିର୍ବାଚନ କାର୍ଯ୍ୟ ନ କରିବାକୁ ଉଦ୍ୟମ ହେଉଛି। ଗତ ପଞ୍ଚାୟତ ନିର୍ବାଚନରେ ୪ଚକିଆ ଯାନଗୁଡ଼ିକ ପରିବହନ ଅଧିକାରୀଙ୍କ ମାଧ୍ୟମରେ ରିକ୍ୟୁଜିସନ୍‌ କରିଥିଲେ। ନିର୍ବାଚନ କାର୍ଯ୍ୟ କରୁଥିବା ଚାରିଚକିଆ ଯାନଗୁଡ଼ିକ ଯେଉଁ ବ୍ଲକ୍‌ରେ ନିର୍ବାଚନ କାର୍ଯ୍ୟରେ ଯୋଗଦେ‌ବେ ସେମାନଙ୍କୁ ବ୍ଲକ୍‌ ପକ୍ଷରୁ ତେଲ ଓ ସ୍ଥିର ହୋଇଥିବା ଭଡ଼ାରୁ ଅଗ୍ରୀମ ଆକାରରେ କିଛି ଟଙ୍କା ଦିଆଯାଇଥାଏ। ପଞ୍ଚାୟତ ନିର୍ବାଚନକୁ ଦୁଇ ବର୍ଷ ଅତିକ୍ରାନ୍ତ ହେଲାଣି, ମାତ୍ର ନିର୍ବାଚନ କାର୍ଯ୍ୟରେ ଯୋଗ ଦେଇଥିବା ଗାଡ଼ିମାଲିକମାନେ ସେମାନଙ୍କ ପ୍ରାପ୍ୟ ପାଇ ନାହାନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ସେମାନଙ୍କ ଗାଡ଼ିଗୁଡ଼ିକୁ ଭଡ଼ାରେ ନଦେବା ପାଇଁ ଏହାକୁ ଅଚଳ କରିଦେଉଥିବା ସୂଚନା ମିଳିଛି।

ନିମାପଡ଼ା ବ୍ଲକ୍‌ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓଆର୍‌ ୦୨ ଏଚ୍‌ ୫୧୭୧ ନମ୍ବର ବିଶିଷ୍ଟ ଏକ କାର୍‌ ନିର୍ବାଚନ ପରିଚାଳନାରେ ଥିବା କର୍ମଚାରୀଙ୍କୁ ନେବା ଆଣିବା କରୁଥିଲା। ପରେ ସାକ୍ଷୀଗୋପାଳ ବ୍ଲକ୍‌ ଓ ପୁରୀ ସଦର ବ୍ଲକ୍‌ରେ ନିର୍ବାଚନୀ କାର୍ଯ୍ୟରେ ଯୋଗଦେଇଥିଲା। ତେବେ ଆଜି ପର୍ଯ୍ୟନ୍ତ ବକେୟା ଭଡ଼ା ଟଙ୍କା ପାଇନଥିବାରୁ ଆଉ ନିର୍ବାଚନ କାର୍ଯ୍ୟ କରିବେ ନାହିଁ ବୋଲି ଏହି ଗାଡ଼ିର ଚାଳକ ପ୍ରକାଶ କୁମାର ପାଢ଼ୀ କହିଛନ୍ତି। ଭଡ଼ା ଟଙ୍କା ପାଇଁ ଏ ବ୍ଲକ୍‌ରୁ ସେ ବ୍ଲକ୍‌କୁ ଦୈାଡ଼ିଦୈାଡ଼ି ପ୍ରକାଶ ନୟାନ୍ତ ହୋଇଥିବା ବେଳେ ଭଡ଼ା ଟଙ୍କା ଆସିନି। ଆସିଲେ ଡାକି ଦେଇଦେବୁ ବୋଲି ବ୍ଲକ୍‌ ଅଧିକାରୀମାନେ କହୁଛନ୍ତି। ଏ ସମ୍ପର୍କରେ ନିମାପଡ଼ା ବିଡିଓ ଭୁବନାନନ୍ଦ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଲେ, ପଞ୍ଚାୟତ ନିର୍ବାଚନ ବେଳେ ମୁଁ ନଥିଲି। ଏହି ଅଭିଯୋଗ ପାଇଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button