ଅପରାଧ

ଚୋରା ଚାଲାଣ ବେଳେ ମିଳିଲା ୯ କେଜି ସୁନା: ମଙ୍ଗୁଳିରେ କାର୍‌ ଧରାପଡ଼ିଲା – Kalinga News

[ad_1]

ଭୁବନେଶ୍ବର: ଜାତୀୟ ରାଜପଥ ଦେଇ ଚୋରାରେ ବିପୁଳ ସୁନା ଚାଲାଣ କରୁଥିବା ଏକ ରୢାକେଟ୍‌ର ଦୁଇ ଜଣ ଧରାପଡ଼ିଛନ୍ତି। ୧୬ ନମ୍ବର ଜାତୀୟ ରାଜପଥରେ କଟକ ମଙ୍ଗୁଳି ଟୋଲ୍‌ ଗେଟ୍‌ ନିକଟରୁ ରାଜସ୍ବ ଗୁଇନ୍ଦ‌ା ନିର୍ଦ୍ଦେଶାଳୟ (ଡିଆର୍‌ଆଇ) ଏହି ଦୁଇ ବଙ୍ଗୀୟ ଚାଲାଣକାରୀଙ୍କୁ ଗିରଫ କରିଛି। ସେମାନଙ୍କ କାର୍‌ରୁ ମିଳିଛି ୯ କେଜି ସୁନା ବିସ୍କୁଟ। ଜବତ ସୁନାର ବଜାର ମୂଲ୍ୟ ୬.୫ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏହି ବିପୁଳ ପରିମାଣର ସୁନା କୋଲକାତାରୁ ଦକ୍ଷିଣ ଭାରତକୁ ଚାଲାଣ କରାଯାଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କିନ୍ତୁ ଏଥିରେ ଓଡ଼ିଶା ଲିଙ୍କ୍‌ କିଛି ଅଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଏହି ବଡ଼ଧରଣର ଚାଲାଣ ପଛରେ କାହାର ହାତ ରହିଛି ଏବଂ ଏହି ଅସାଧୁ ବ୍ୟବସାୟର ମୂଳ କେଉଁଠି, ତାହାକୁ ନେଇ ଡିଆର୍‌ଆଇ ଖୋଳତାଡ଼ ଚଳାଇଛି। ନିର୍ବାଚନ ସମୟରେ ଏଭଳି ଚୋରା କାରବାରର ପର୍ଦ୍ଦାଫାସ୍‌ ଡିଆର୍‌ଆଇ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି।

ଡିଆର୍‌ଆଇ ସୂଚନାନୁସାରେ ପଶ୍ଚିମବଙ୍ଗରୁ ଏକ କାର୍‌ ଯୋଗେ ବିପୁଳ ଚୋରା ସୁନା ଆସୁଥିବା ନେଇ ନିର୍ଦ୍ଦିଷ୍ଟ ଖବର ମିଳିଥିଲା। ୨୮ ତାରିଖ ଦିନ ସକାଳୁ ଡିଆର୍‌ଆଇ ଟିମ୍‌ ମଙ୍ଗୁଳି ଟୋଲ୍‌ ଗେଟ୍‌ ନିକଟରେ ଜଗି ରହିଥିଲା। କାର୍‌ଟି ଟୋଲ୍‌ ଗେଟ୍‌ ଭିତରକୁ ପଶିବା ମାତ୍ରେ ଛକି ରହିଥିବା ଟିମ୍ ତାକୁ ଘେରି ଯାଇଥିଲା। କାର୍‌ରେ ଥିବା ଦୁଇ ଚାଲାଣକାରୀ ଖସିଯିବାକୁ ସୁଯୋଗ ପାଇନଥିଲେ। ଯାଞ୍ଚ କଲା ବେଳେ କାର୍‌ର ଭିତର ରୁଫ୍‌ ବା ଛାତ ତଳେ ଖଞ୍ଜାହୋଇ ଥିବା ୯ କେଜି ଓଜନର ସୁନା ବିସ୍କୁଟ୍‌ ମିଳିଥିଲା। ଡିଆର୍‌ଆଇ ଟିମ୍‌ ସେମାନଙ୍କୁ ମୁଖ୍ୟ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରିଥିଲା। ସେମାନଙ୍କ ପେସା ଗାଡ଼ିଚାଳନା ଏବଂ ସେମାନଙ୍କୁ ଚାଲାଣ କାମରେ ନିୟୋଜିତ କରାଯାଉଥିଲା ବୋଲି ସେମାନେ କହିଥିଲେ। ସେମାନଙ୍କୁ ତାମିଲନାଡ଼ୁ ଯିବାକୁ ନିର୍ଦ୍ଦେଶ ଥିଲା। ଡିଆର୍‌ଆଇ କୋର୍ଟ ଚାଲାଣ କରିବା ପରେ ସେମାନଙ୍କୁ ଚୌଦ୍ବାର ଜେଲ୍‌କୁ ପଠାଇଦିଆଯାଇଛି।

ପୂର୍ବରୁ ବିମାନ ଯୋଗେ ଚୋରା ସୁନା ଚାଲାଣ ହେଉଥିଲା। କିନ୍ତୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବାରମ୍ବାର ଚଢ଼ଉ କରାଯାଇ ଚୋରା ସୁନା ଜବତ ହେବାରୁ ଏବେ ସ୍ମଗଲର୍‌ମାନେ ସଡ଼କପଥକୁ ଗଳାବାଟ ଭାବେ ବାଛିଥିଲେ। କୋଭିଡ୍‌ ପରଠୁ ଆକାଶପଥରେ ଚୋରା ଚାଲାଣ କମିଯିବା ପରିଲକ୍ଷିତ ହୋଇଥିଲା। ତେଣୁ ସ୍ମଗଲର୍‌ମାନେ ସଡ଼କପଥରେ(ରେଳପଥ ଦେଇ ମଧ୍ୟ) ଏହି ଚୋରା କାରବାର ବଢ଼ାଇଥିବା ନେଇ ଡିଆର୍‌ଆଇ ଓ କଷ୍ଟମ୍‌ ଅଧିକାରୀମାନେ ସନ୍ଦେହ କରୁଥିଲେ। ଏବେ ଏହି ସନ୍ଦେହ ସତ ବୋଲି ପ୍ରମାଣିତ ହୋଇଛି। ସୂଚନାଯୋଗ୍ୟ ଯେ ୨ ୦୧୯ ମସିହାରେ ଝାରସୁଗୁଡ଼ା ରେଳଷ୍ଟେସନରୁ ୧୨ କେଜିରୁ ଅଧିକ ଓଜନର ସୁନା, ୨୦୨୨ ମସିହାରେ କଟକ ରେଳଷ୍ଟେସନ ଓ ଭୁବନେଶ୍ବର ବିମାନବନ୍ଦରୁ ପ୍ରାୟ ୨ କେଜିରୁ ଅଧିକ ସୁନା ଜବତ କରାଯାଇଥିଲା। ସେହିଭଳି ୨୦୨୩ ମସିହାରେ କଟକରୁ ସାଢ଼େ ୩ କେଜି ସୁନା ଚାଲାଣ ବେଳେ ଜବତ ହୋଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button