ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ବୃଦ୍ଧଙ୍କ ଜୀବନ ନେଲା ଯୁବକ – Kalinga News

[ad_1]
ବେଗୁନିଆ: ଆଜି ସକାଳୁ ସକାଳୁ ବେଗୁନିଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ପଞ୍ଚାୟତ ବଡ଼ନୂଆଁପଲ୍ଲୀ ଗ୍ରାମର ନୂଆସାହି ଗ୍ରାମରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଜଣେ ଆଦିବାସୀ ବୃଦ୍ଧଙ୍କୁ ସେହି ଗ୍ରାମର ଯୁବକ କାଠ ଫାଳିଆ ଓ କଟୁରି ସାହାଯ୍ୟରେ ହତ୍ୟା କରିଛି। ଯାହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ପଞ୍ଚାୟତ ବଡ଼ନୂଆପଲ୍ଲୀ ନୂଆସାହି ଗ୍ରାମର ଶିବ ନାୟକ କବାଡିଆ ବେପାର କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। କିଛି ଦିନ ପୂର୍ବରୁ ସେହି ଗ୍ରାମର ବିଶ୍ବଜିତ ରାୟଙ୍କ କୌଣସି କାରଣକୁ ନେଇ ବିବାଦ ଉପୁଜିଥିଲା। ଗତକାଲି ସାଢ଼େ ୯ଟା ମିନିଟରେ ଶିବ ନାୟକ କବାଡିଆ ବେପାର ସାରି ଗାଁକୁ ଆସି ହତ୍ୟାକାରୀ ବିଶ୍ବଜିତ ଘର ପାଖ ତେଜରାତି ଦୋକାନରୁ ସାମଗ୍ରୀ କିଣୁଥିବା ବେଳେ ବିଶ୍ବଜିତ ତାଙ୍କ ସହ ଯୁକ୍ତିତର୍କ କରିଥିଲା। ତାପରେ ବିଶ୍ବଜିତ ହଠାତ୍ ରାଗିଯାଇ ଶିବଙ୍କୁ ଘରକୁ ନେଇ କାଠ ଫାଳିଆ ଓ କଟୁରିରେ ଆକ୍ରମଣ କରିଥିଲା ଶିବ ଚେତାଶୂନ୍ୟ ହୋଇଯାଇଥିଲା। ତାଙ୍କୁ ଆଣି ଦାଣ୍ଡ ଦୁଆରେ ଫିଙ୍ଗି ଦେଇଥିଲା।
ଘଟଣା ସମ୍ପର୍କରେ ଗ୍ରାମବାସୀ କେହି ମୁହଁ ଖୋଲୁ ନଥିବା ବେଳେ ଆଜି ସକାଳୁ ପୁଲିସ ଖବର ପାଇଁ ଗ୍ରାମରେ ପହଞ୍ଚି ଥିଲା। ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ଯୁଗଳ କିଶୋର, ଏସଡିପିଓ ଦିଲ୍ଲୀପ ଦାସ ଓ ବେଗୁନିଆ ଥାନା ଅଧିକାରୀଙ୍କ ସହ ଟିମ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରିଛି। ଏଥିସହ ହତ୍ୟା କାଣ୍ଡ ଘଟାଇଥିବା ବିଶ୍ବଜିତ ରାୟକୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି। ତେବେ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଛି ନା ଏହା ପଛରେ ଅନ୍ୟ କିଛି କାରଣ ଅଛି, ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ସେହିଭଳି ଏହି ହତ୍ୟାକାଣ୍ଡରେ ବିଶ୍ବଜିତ ନା ଆଉ କେହି ସମ୍ପୃକ୍ତ ଅଛି ତାହାର ଖୋଳତାଡ଼ କରୁଛି ବେଗୁନିଆ ପୁଲିସ। ତେବେ ଜଣେ ଆଦିବାସୀ ବୃଦ୍ଧଙ୍କୁ କଣ ପାଇଁ ହତ୍ୟା କରାଗଲା ତାହା ଏବେ ବି ଅସ୍ପଷ୍ଟ ରହିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି
[ad_2]




