ଅପରାଧ

ପୁଅର ମୁହଁ ସ୍ବାମୀଙ୍କ ଭଳି ଦିଶୁଥିଲା, ଏହା ମୋତେ ବିରକ୍ତ କରୁଥିଲା: ଅଭିଯୁକ୍ତ ସୂଚନା – Kalinga News

[ad_1]

ପାଣାଜୀ: ଗତ କିଛି ଦିନ ହେବ ଗୋଆରେ ଜଣେ ମା’ ନିଜ ୪ବର୍ଷର ପୁଅକୁ ହତ୍ୟା କରିବା ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି। ବେଙ୍ଗାଲୁରୁରେ ଏକ ଷ୍ଟାର୍ଟଅପ କମ୍ପାନିର ସିଇଓ ଥିବା ଅଭିଯୁକ୍ତ ସୂଚନା ସେଠ୍ ଏଭଳି କରିଥିବା ଜଣାପଡ଼ିଛି। ପୁଅକୁ ନେଇ ଗୋଆ ଆସିଥିବା ସୂଚନା ପ୍ରଥମେ ହୋଟେଲ ରୁମରେ ପୁଅକୁ ହତ୍ୟା କରିବା ପରେ ମୃତଦେହକୁ ଲଗେଜରେ ଭର୍ତ୍ତି କରି କର୍ଣ୍ଣାଟକ ବାହାରିଥିଲେ। ପୁଅ ସହ ଆସିଥିବା ସୂଚନା ଏକା ହୋଟେଲରୁ ‌ବାହାରିବା ଦେଖି ହୋଟେଲ କର୍ମଚାରୀଙ୍କୁ ସନ୍ଦେହ ହେବାରୁ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଅଧା ବାଟରେ ସୂଚନାଙ୍କୁ ଅଟକାଇ ତାଙ୍କ ଲଗେଜ୍ ଚେକ୍ କରିବା ପରେ ଭିତରେ ତାଙ୍କ ପୁଅର ମୃତଦେହ ମିଳିଥିଲା।

ସ୍ବାମୀଙ୍କ ସହ ଚାଲିଥିବା ଝଗଡ଼ା ପାଇଁ ସୂଚନା ଏଭଳି କରିଥିବା ନେଇ ପୁଲିସ ସନ୍ଦେହ କରୁଥିବା ବେ‌ଳେ ଏବେ ପଚରାଉଚରା ସମୟରେ ସୂଚନା ଦେଇଥିବା ଉତ୍ତର ପୁଲିସକୁ ଆଶ୍ଚର୍ଯ୍ୟ କରିଛି। ସୂଚନା ପୁଲିସକୁ କହିଛନ୍ତି ଯେ, “ସ୍ବାମୀ ମୋ ପୁଅକୁ ନଭେଟନ୍ତୁ ବୋଲି ମୁଁ ତାକୁ ନେଇ ଗୋଆ ଆସିଥିଲି। ଶନିବାର ସେ ମୋତେ ଫୋନ କରି ରବିବାର ବେଙ୍ଗାଲୁରୁରେ ପୁଅକୁ ଭେଟିବେ ବୋଲି କହିଥିଲେ। ମୁଁ ତାଙ୍କୁ ହଁ କହି ମଧ୍ୟ ଗୋଆ ଚାଲିଆସିଲି। ମୋ ପୁଅର ମୁହଁ ସ୍ବାମୀଙ୍କ ଭଳି ଦିଶୁଥିଲା। ତାକୁ ଦେଖିଲେ ମୋତେ ମୋ ସ୍ବାମୀଙ୍କ କଥା ମନେ ପଡ଼ୁଥିଲା।” ତେବେ ପ୍ରତି ଥର ଭିନ୍ନ ଭିନ୍ନ କାରଣ କହୁଥିବାରୁ ପୁଲିସ ଏବେ ପ୍ରକୃତ କାରଣ ଜାଣିବା ପାଇଁ ଚେଷ୍ଟା ଜାରି ରଖିଛି।

ତେବେ ସୂଚନା ଏଭଳି ବୟାନ ଦେବା ପରେ ସ୍ବାମୀଙ୍କ ମୁହଁ ସହ ପୁଅର ମୁହଁ ମେଳ ଖାଉଥିବାରୁ ସୂଚନା ପୁଅକୁ ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୁଲିସ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button