ଭବିଷ୍ୟତ ପାଇଁ ଯୁବବର୍ଗଙ୍କୁ ନିର୍ମାଣ କରୁଛି ବିଜେଡି – Kalinga News
[ad_1]
ଭୁବନେଶ୍ବର,୨୩/୩(ଇମିସ): ଯୁବଗୋଷ୍ଠୀଙ୍କୁ ଦକ୍ଷ, ଦାୟିତ୍ୱବାନ, ପ୍ରେରଣାଦାୟୀ, ଦୂରଦର୍ଶୀ ଓ ଚିନ୍ତାଶୀଳ ନାଗରିକ କରିବା ପାଇଁ ବିଜେଡି ଅନେକ ପଦକ୍ଷେପ ନେଇଛି। ଯୁବଗୋଷ୍ଠୀଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଅର୍ଥନୈତିକ ସୁଯୋଗ କ୍ଷେତ୍ର ଭାବେ ଇଲେକ୍ଟ୍ରୋନିକ୍ ନୀତି ୨୦୨୧, ଆଇଟି ନୀତି ୨୦୨୨, ବିପିଓ ନୀତି ୨୦୨୨, ଡାଟାସେଣ୍ଟର ନୀତିର ୨୦୨୧ରେ ଏହି ସବୁ କ୍ଷେତ୍ରର ଶିଳ୍ପକୁ ପ୍ରୋତ୍ସାହନ ଦିଆଯାଇଛି। ଫଳରେ ବ୍ୟାପକ ନିଯୁକ୍ତି ସହିତ ଶିକ୍ଷାର ପ୍ରସାର ହୋଇପାରୁଛି ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସନ୍ତୃପ୍ତ ମିଶ୍ର ଓ ସସ୍ମିତ ପାତ୍ର।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସାମ୍ବାଦିକ ସମ୍ମିଳନୀରେ ଉଭୟ ମୁଖପାତ୍ର କହିଥିଲେ, ଫ୍ରାଙ୍କ୍ଲିନ ରୁଜଭେଲ୍ଟ କହିଥିଲେ ‘ଆମେ ସବୁବେଳେ ଯୁବଗୋଷ୍ଠୀଙ୍କ ପାଇଁ ଭବିଷ୍ୟତ ନିର୍ମାଣ କରିପାରିବା ନାହିଁ, କିନ୍ତୁ ଆମର ଯୁବକଙ୍କୁ ଭବିଷ୍ୟତ ପାଇଁ ନିର୍ମାଣ ପାରିବା’। ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟକୁ ହାସଲ କରିବାକୁ ଚେଷ୍ଟା କରିଛନ୍ତି। ଆସେଞ୍ଚର, ଆଇବିଏମ୍, କଗ୍ନିଜେଣ୍ଟ୍, ମାଇକ୍ରୋସଫ୍ଟ, ଇନଫୋସିସ୍, ଟେକ୍ ମହିନ୍ଦ୍ରା, ଟିସିଏସ୍ ପକ୍ଷରୁ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ପିଡବ୍ଲ୍ୟୁସି, ଇୱାଇ କେନ୍ଦ୍ର ରହିଛି। ନୂଆ-ଓ, ସାମ୍ସ ମାଧ୍ୟମରେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି ପ୍ରଦାନର ବ୍ୟବସ୍ଥା ହୋଇଛି। ନୂଆ ଉନ୍ନତ ଅଭିଳାଷ ଜରିଆରେ ୩ବର୍ଷ ମଧ୍ୟରେ ଲକ୍ଷେ ଯୁବକଙ୍କୁ ତାଲିମ ଦିଆଯିବ। ଦକ୍ଷତା ଓ ଉଦ୍ୟୋଗୀ ଲ୍ୟାଣ୍ଡ୍ ସ୍କେପ୍ ଭାବେ ଡବ୍ଲୁଏସ୍ସି ଆଇଟିଇଇଏସ୍ ଭାଗିଦାରୀ-୨୦୨୧ରେ ୭ଟି ଟ୍ରେଡ୍ରେ ଉନ୍ନତ ଦକ୍ଷତା ପ୍ରଶିକ୍ଷଣ, ଇଞ୍ଜିନିୟରିଂ ସ୍କୁଲରେ ୫ଟି ପାଠ୍ୟକ୍ରମ ଓ ସର୍ଭିସ ସ୍କୁଲରେ ୨ଟି ପାଠ୍ୟକ୍ରମ ରହିଛି। ମିସନ ଶକ୍ତିକୁ ସହାୟତା ପାଇଁ ଆଉ ୯ଟି ପାଠ୍ୟକ୍ରମ ଯଥା ଲଜିଷ୍ଟିକ୍ ସାମୁଦ୍ରିକ ଇଞ୍ଜିନିୟରିଂ ସ୍ୱାସ୍ଥ୍ୟସେବା, ମହିଳାମାନଙ୍କ ପାଇଁ କଷ୍ଟମ ଏମବିଏ ଓ ପୋଷାକରେ ପ୍ରଶିକ୍ଷଣ ସହ ମାଇକ୍ରୋ ଉତ୍ପାଦନ ରହିଛି। ଯୁବଗୋଷ୍ଠୀଙ୍କ ପାଇଁ ଭୁବନେଶ୍ୱରରେ କଳିଙ୍ଗ ସ୍ପୋର୍ଟସ କମ୍ପ୍ଲେକ୍ସ, ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, କଟକରେ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ, ଫିଫା ମାନର ଫୁଟବଲ ପିଚ୍, ତମାଣ୍ଡୋ ଓ କୁଲୁଣ୍ଡିରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ, ୧୬ଟି କ୍ରୀଡ଼ା ଏକାଡେମି, ୧୨ ସୁଇମିଂ ଗ୍ରାସ ରୁଟ୍ ସେଣ୍ଟର, ୪୦ଟି ଇନ୍ଡୋର ହଲ୍, ୨ଟି ଇନ୍ଡୋର ଜିମ୍ନାଷ୍ଟିକ୍ସ ହଲ୍, ୯୦ଟି ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ, ୨୫ଟି ସିନ୍ଥେଟିକ୍ ହକି ପ୍ରଶିକ୍ଷଣ ପିଚ୍, ୩୧୪ଟି ଗ୍ରାମୀଣ ମିନି ଷ୍ଟାଡିୟମ, ୧୪୯ ଅର୍ବାନ ମିନି ଷ୍ଟାଡିୟମ ଓ ସୁନ୍ଦରଗଡ଼ର ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ରହିଛି ବୋଲି ମୁଖପାତ୍ରମାନେ କହିଥିଲେ।
[ad_2]