ରାଜନୀତି

ଚିତ୍ରକୋଣ୍ଡାରେ ଲକ୍ଷ୍ମୀପ୍ରିୟା ନାୟକଙ୍କ ଜୋରଦାର ପ୍ରଚାର – Kalinga News

[ad_1]

ମାଲକାନଗିରି: ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରର୍ଥିନୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ପ୍ରଚାର ଆରମ୍ଭ ହୋଇଛି। ଲକ୍ଷ୍ମୀପ୍ରିୟା ନିଜ ବିଧାନସଭା କ୍ଷେତ୍ରର ନିଳାଦ୍ରୀନଗର, ପୁରୁଣା ଚିମଟାପାଲ୍ଲୀ, ଚିତାପାରି-୩, ସୋମନାଥପୁର ସମେତ ବାଲିମେଳା ଏନଏସିରେ ପ୍ରଚାର ଜୋରଦାର କରିଛନ୍ତି।ନିଜର କର୍ମୀଙ୍କୁ ନେଇ ଏହି ଗାଁଗୁଡିକରେ ବୈଠକ ଅନୁଷ୍ଠିତ କରିବା ସହ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ। ଜଣେ ମହିଳା ନେତ୍ରୀ ଭାବେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଉଭା ହେବା ସହ ଲୋକଙ୍କ ସେବାରେ ସେ ନିଜକୁ ନିୟୋଜିତ କରିଥିବା ଲୋକଙ୍କୁ ବୁଝାଇଥିଲେ। ଲଗାତାର ଲୋକଙ୍କର ସୁଖଦୁଃଖରେ ସାମିଲ ହୋଇ ବେଶ ପ୍ରିୟଭାଜନ ହୋଇପାରିଛନ୍ତି। ତେଣୁ ସେ ଚଳିତ ନିର୍ବାଚନରେ ଚିତ୍ରକୋଣ୍ଡା ଆସନକୁ ହାତେଇ ନେବେ ବୋଲି ଆଶା ପ୍ରକଟ କରିଛନ୍ତି।

ଲଗାତାର ୨୦୧୪ ଓ ୨୦୧୯ରେ ବିଜେଡି ଏହି ଆସନରୁ ବିଜୟ ଲାଭ କରିଛି। ଏଥର ମଧ୍ୟ ବିଜେଡି ହିଁ ବିଜୟୀ ହେବ ବୋଲି ଲକ୍ଷ୍ମୀ ଯୁକ୍ତି ବାଢନ୍ତି। ନିଜ ପ୍ରଚାରକୁ ଜୋରଦାର କରୁଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ମାଥିଲି ସମେତ ଖଇରୁପଟ, ଚିତ୍ରକୋଣ୍ଡା, କୋରକୋଣ୍ଡା ବ୍ଲକ ସହ ବାଲିମେଳା ଏନଏସି ରହିଛି। ମାଥିଲି ବ୍ଲକରେ ଲକ୍ଷ୍ମୀଙ୍କର ଭଲ ପ୍ରଭାବ ରହିଥିବା ବେଳେ ସେ ଏବେ ଖଇରପୁଟ, ଚିତ୍ରକୋଣ୍ଡା ଏବଂ ବାଲିମେଳା ଏନଏସି ଉପରେ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଛି। ସୋମବାର ମାଥିଲିକୁ ପାଣ୍ଡିଆନଙ୍କ ଗସ୍ତ ରହିଥିବାରୁ ଲକ୍ଷ୍ମୀ ଏବେ ସମସ୍ତ ପ୍ରସ୍ତୁତି ନିଜ ନେତୃତ୍ବରେ ନେଉଥିବା ଲକ୍ଷ୍ୟ କରାଯାଇଛି। ପାଣ୍ଡିଆନଙ୍କ ଗସ୍ତ ତାଂକ ପାଇଁ ଫଳପ୍ରଦ ହେବ ବୋଲି ସେ ଆଶା ରଖିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button