ଖେଳ ଖବର

ଆଇପିଏଲ୍‌-୨୦୨୪: ହାଇଦ୍ରାବାଦ୍‌ ବିପକ୍ଷରେ ୪ ରନ୍‌ରେ କୋଲକାତା ବିଜୟୀ – Kalinga News

[ad_1]

କୋଲକାତା: ଆଇପିଏଲ୍ ୨୦୨୪ର ତୃତୀୟ ମ୍ୟାଚ୍‌ରେ ଶନିବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୪ ରନ୍‌ରେ ହରାଇ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ବିଜୟୀ ହୋଇଛି। କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ହାଇଦ୍ରାବାଦ୍‌ ଟିମ୍‌ ୨୦୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। କିନ୍ତୁ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୨୦୪ ରନ୍‌ରେ ଅଟକି ଯାଇଥିଲା।

ଏସଆରଏଚ୍ ଅଧିନାୟକ ପ୍ୟାଟ୍ କୁମିନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟସ୍ ହାରି କେକେଆର ଟିମ୍ ଅଧିନାୟକ ଶ୍ରେୟଶ ଆୟାରଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରି ଧାର୍ଯ୍ୟ ୨୦ ଓଭରରେ କୋଲକାତା ୭ ୱିକେଟ ହରାଇ ୨୦୮ ରନ କରିଥିଲା।

କେକେଆର ପକ୍ଷରୁ ଫିଲିପ ସଲ୍ଟ ୪୦ ବଲରେ ୫୪ ରନ୍ କରିଥିଲେ। ରମନଦୀପ୍ ସିଂ ୩୫ ରନ୍ କରିଥିବାବେଳେ ରିଙ୍କୁ ସିଂ ୨୩ ରନ ଏବଂ ଆଣ୍ଡ୍ରେ ରସେଲ୍ ଅପରାଜିତ ୬୪ ରନ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button