ଖେଳ ଖବର

ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଏଭଳି ଅଜବ ଫଟୋ ପୋଷ୍ଟ କଲେ ନତାଶା – Kalinga News

[ad_1]


ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ପ୍ରଥମେ ତାଙ୍କ ଦଳ ଖରାପ ପ୍ରଦର୍ଶନ କରି ଆଇପିଏଲ୍ ୨୦୨୪ରୁ ବାହାରିବା ପରେ ବର୍ତ୍ତମାନ ତାଙ୍କ ବିବାହ ଭାଙ୍ଗିବାକୁ ଯାଉଥିବା ଜଣାପଡିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ପରସ୍ପରକୁ ଛାଡପତ୍ର ଦେବାକୁ ଯାଉଛନ୍ତି। ତେବେ ଏ ସମ୍ପର୍କରେ ଦୁହେଁ କୌଣସି ଅଧିକାରିକ ଘୋଷଣା କରିନଥିବା ବେଳେ ସୋସିଆଲ ମିଡିଆରୁ ଏହା ସ୍ପଷ୍ଟ ହୋଇଛି। ନତାଶା ନିଜ ନାମରୁ ପାଣ୍ଡ୍ୟା ହଟାଇବା ସହ ସ୍ୱାମୀଙ୍କ ସହ ସବୁ ଫଟୋ ହଟାଇ ଦେଇଛନ୍ତି।

ଏଭଳି କରିବା ସହ ଏବେ ଇନଷ୍ଟାରେ ନତାଶା ଯେଉଁ ଫଟୋ ସେୟାର କରିଛନ୍ତି ତାହା ଛାଡ଼ପତ୍ର ଆଡକୁ ଇଙ୍ଗିତ କରୁଛି। ଇନଷ୍ଟାରେ ନତାଶା ୨ଟି ଫଟୋ ପୋଷ୍ଟ କରିଛନ୍ତି। ଗୋଟାଏରେ ତାଙ୍କର ସେଲଫି ଥିବା ବେଳେ ଅନ୍ୟଟିରେ ଯିଶୁଖ୍ରୀଷ୍ଟ ଏକ ଶିଶୁକୁ ଧରି ଚାଲି ଚାଲି ଯାଉଛନ୍ତି। ନତାଶାଙ୍କ ଏଭଳି ପୋଷ୍ଟ ତାଙ୍କ ଛାଡ଼ପତ୍ର ଚର୍ଚ୍ଚାକୁ ଆହୁରି ବଢ଼ାଇଛି।




[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button