ରାମ ବାବୁଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା – Kalinga News

[ad_1]
ନୂଆଦିଲ୍ଲୀ: ଭାରତର ରାମ ବାବୁ ଶନିବାର ପୁରୁଷ ୨୦ କିଲୋମିଟର ଚାଲିବାରେ ପ୍ୟାରିସ୍ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସ୍ଲୋଭାକିଆର ଦୁଦିନସ୍କା ଦୌଡ଼କୁଦ ପ୍ରତିଯୋଗିତାରେ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ (୧ ଘଣ୍ଟା ୨୦ ମିନିଟ୍) ସହ ସେ ଏହି ସଫଳତା ପାଇଛନ୍ତି। ହାଙ୍ଗଝୁ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଥିବା ରାମ ବାବୁ ମଧ୍ୟ ଏହି ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି। ପେରୁର ସେଜାର ରଡ୍ରିଗ୍ବେଜ୍ (୧ଘଣ୍ଟା ୧୯ ମିନିଟ୍ ୪୧ ସେକେଣ୍ଡ୍) ଓ ଇକ୍ବେଡରର ବ୍ରାଏନ ପିଣ୍ଟାଡୋ (୧ ଘଣ୍ଟା ୧୯ ମିନିଟ୍ ୪୪ ସେକେଣ୍ଡ) ଦ୍ବିତୀୟ ସ୍ଥାନରେ ରହିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବାରେ କିନ୍ତୁ ଅଷ୍ଟମ ଭାରତୀୟ ହୋଇଛନ୍ତି ସେ। ତାଙ୍କ ପୂର୍ବରୁ ଆକାଶଦୀପ ସିଂହ, ସୂରଜ ପନୱର, ସର୍ଭିନ ସେବାସ୍ତିଆନ, ଅର୍ଶପ୍ରୀତ ସିଂହ, ପରମଜିତ ବିସ୍ତ, ବିକାଶ ସିଂହ ଓ ପ୍ରିୟଙ୍କା ଗୋସ୍ବାମୀ ପ୍ରମୁଖ ଯୋଗ୍ୟତା ହାସଲ କରିସାରିଛନ୍ତି।
[ad_2]