ଖେଳ ଖବର
ଚର୍ଚ୍ଚାରେ ରାଜସ୍ଥାନ ରୟାଲ୍ସର ଜେଠାଲାଲ ପୋଷ୍ଟ – Kalinga News

[ad_1]
ନୂଆଦିଲ୍ଲୀ: ଆର୍ସିବି ମହିଳା ଦଳ ଡବ୍ଲ୍ୟୁପିଏଲ୍ ଜିତିବା ପରେ ସାମାଜିକ ଗଣମାଧ୍ୟମରେ ରବିବାର ରାତିରୁ ‘ମିମ୍ ଉତ୍ସବ’ ଚାଲିଛି। ଆର୍ସିବିର ଏହି ବିଜୟକୁ ପ୍ରଶଂସକମାନେ ଅନେକ ଚର୍ଚ୍ଚିତ କଥା ଓ ଘଟଣା ସହ ଯୋଡ଼ି କୌତୁକିଆ ମିମ୍ ପ୍ରସ୍ତୁତ କରୁଛନ୍ତି। ଏହାକୁ ନିଜନିଜ ଆକାଉଣ୍ଟ୍ରେ ପକାଇ ମଜାଦାର ପ୍ରତିକ୍ରିୟା ପାଉଛନ୍ତି। ଏହି କ୍ରମରେ ଆଇପିଏଲ୍ର ଅନ୍ୟତମ ଚର୍ଚ୍ଚିତ ଦଳ ରାଜସ୍ଥାନ ରୟାଲ୍ସ (ଆର୍ଆର୍)ର ପୋଷ୍ଟ ଭାଇରାଲ ହୋଇଛି। ସୁପରିଚିତ ହାସ୍ୟରସାତ୍ମକ ଟେଲିଭିଜନ ଧାରାବାହିକ ‘ତାରକ ମେହତା କି ଉଲ୍ଟା ଚଷ୍ମା’ର ଲୋକପ୍ରିୟ ଚରିତ୍ର ଜେଠାଲାଲ୍ର ଫଟୋ ସହ ଆର୍ସିବି ପୁରୁଷ ଦଳର ଫଟୋ ଯୋଡ଼ି କଟାକ୍ଷ କରିଛି। ଅନ୍ୟମାନେ ମଧ୍ୟ ଆର୍ସିବି ପୁରୁଷ ଦଳର ଟ୍ରଫି ଜିତିବା ବିଫଳତାକୁ କାରଣ କରି ନାନା ପ୍ରକାର କାର୍ଟୁନ୍ ଓ ମିମ୍ର ବର୍ଷା କରିଛନ୍ତି।
[ad_2]




