ଖେଳ ଖବର

ସିଲି ପଏଣ୍ଟ୍‌: ଉରି ସୀମାନ୍ତରେ କ୍ରିକେଟ୍ ଖେଳିଲେ ସଚିନ – Kalinga News

[ad_1]

କ୍ରିକେଟ୍ ଦୁନିଆର ମାଷ୍ଟର୍ ବ୍ୟାଟର୍‌ ସଚିନ ତେନ୍ଦୁଲକର ବୁଧବାର ଜମ୍ମୁ ଓ କାଶ୍ମୀର ସୀମାନ୍ତ ଉରି ସେକ୍ଟର୍‌ରେ କ୍ରିକେଟ୍‌ ଖେଳି ଚର୍ଚ୍ଚାକୁ ଆସିଛନ୍ତି। ବୁଧବାର ସଚିନ ଅମନ ସେତୁ ବୁଲିବାକୁ ଯିବା ଅବସରରେ କମନ ପୋଷ୍ଟ୍ ନିକଟରେ ସୈନିକଙ୍କ ସହ ଆଲୋଚନା କରିଥିଲେ। ଉରି ସଡ଼କ ପାର୍ଶ୍ବରେ କିଛି ବାଳକ କ୍ରିକେଟ୍ ଖେଳୁଥିବା ବେଳେ ତାଙ୍କ ସହ ସେ ମଧ୍ୟ ସାମିଲ ହୋଇଯାଇଥିଲେ। ସଚିନଙ୍କ ଫୁଟ୍‌ୱାର୍କ ଓ ସଟ୍‌କୁ ଯୁବ ଖେଳାଳିମାନେ ଅନୁସରଣ କରୁଥିଲେ। ଗୁରୁବାର ସଚିନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଭିଡିଓରେ ଲେଖିଥିଲେ ‘କ୍ରିକେଟ୍‌ ଓ କାଶ୍ମୀର: ସ୍ବର୍ଗରେ ପ୍ରସ୍ତୁତ ଏକ ମ୍ୟାଚ୍‌ ଭଳି’। ସଚିନଙ୍କ ସହ ପତ୍ନୀ ଅଞ୍ଜଳି ଓ କନ୍ୟା ସାରା ଗତ କିଛି ଦିନ ହେବ କାଶ୍ମୀର ଭ୍ରମଣରେ ଅଛନ୍ତି। ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଥିବା ବ୍ୟାଟ୍‌ ନିର୍ମାଣକାରୀ ସଂସ୍ଥା ଚୂରସୁ ବୁଲିବା ସହ ଦକ୍ଷିଣ କାଶ୍ମୀରରେ ଥିବା ପର୍ଯ୍ୟଟନ କେନ୍ଦ୍ର ପହଲଗାମ ଦେଖିବାକୁ ଭୁଲି ନାହାନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button