କେମିତି ଜାଣିବେ କି କେହି ଆପଣଙ୍କୁ ବ୍ରେକଅପ ପରେବି ଭଲ ପାଉଛି କି ମିସ କରୁଛି ! ପଛକୁ ଫେରିବେ କି ନାହିଁ ?

ବହୁତ ଲୋକ ଏ ପ୍ରଶ୍ନ ପଚାରନ୍ତି କି ଆପଣଙ୍କ ର ପୁରୁଣା ପ୍ରେମିକା ଯାହାଙ୍କ ସହ ଆପଣଙ୍କ ର ସମ୍ପର୍କ ଭାଙ୍ଗି ଯାଇଛି ସେ ଏବେବି ଆପଣଙ୍କୁ ଭଲ ପାଆନ୍ତି କିମ୍ବା ନାହିଁ । କିମ୍ବା ସେ ଆପଣଙ୍କୁ ମନ ପକାଏ କି ନାହିଁ ଆଦି ବିଷୟରେ ଭାବିଥାନ୍ତି । ତେବେ ଚାଲନ୍ତୁ ଆଜି ଆମେ ଜାଣିନେବା ସେ ବିଷୟରେ ଏବଂ ତିନୋଟି ଏପରି ଏକ ସୂଚନା ବିଷୟରେ ମଧ୍ୟ କହିବି ଯାହା ଦ୍ୱାରା ଆପଣ ଜାଣି ପାରିବେ କି ସେ ବ୍ୟକ୍ତି ଜଣଙ୍କ ଏବେବି ଆପଣଙ୍କୁ ଭଲ ପାଉଛି କି ନାହିଁ ।

ସର୍ଵ ପ୍ରଥମେ ନିର୍ଭର କରେ କି ସଂପର୍କ ଭାଙ୍ଗିବାର କାରଣ ଗୁଡିକ କଣ ଥିଲା । ଯଦି କୌଣସି ଫାଲତୁ କାରଣ ଥାଏ ତେବେ ଏମାନେ କେବେବି ଭଲ ପାଇଁ ନ ଥାଆନ୍ତି । ଏବଂ ଯଦି ଭଲ ପାଇଥାନ୍ତି ତେବେ ସେ କେବେବି ନିଜ ସମ୍ପର୍କ କୁ ଭାଂଗିବେ ନାହିଁ । ଯେଉଁମାନେ କୁହନ୍ତି କି ଆମେ ଦୁଇ ଜଣ ନିଜ ଭିତରେ ହିଁ କଥା ହେଇ ଅଲଗା ହେଇ ଗଲୁ କିମ୍ବା ତା ପାଖରେ ମୋ ପାଇଁ ସମୟ ନଥିଲା ସେଥିପାଇଁ ଆମେ ଅଲଗା ହୋଇଗଲୁ । ଏ ସବୁ ଫାଲତୁ କଥା ।

ଏବଂ ସବୁ ଜିନିଷ ର ଗୋଟିଏ ନା ଗୋଟିଏ ରି ପ୍ଲେସମେଣ୍ଟ ଥାଏ । ଯେପରି କି ଉଦାହରଣ ସ୍ୱରୂପ ଆମେ ଯଦି କୌଣସି ମହଙ୍ଗା ଫୋନ ବ୍ୟବହାର କରୁଛୁ ଏବଂ ସେ ଗୋଟିଏ ଦିନ ହଜିଯାଏ । ଏବଂ ଆମକୁ ବହୁତ କଷ୍ଟ ହେବ ଦୁଃଖ ହେବ ବହୁତ ଭାବିବୁ କିନ୍ତୁ ଯେତେବେଳେ ଆମ ହାତରେ ଆଉ ଏକ ନୂତନ ଫୋନ ଆସି ଯିବ । ଏବଂ ଧୀରେ ଧୀରେ ଏହି ଫୋନ କୁ ବ୍ୟବହାର କରିବା ଆରମ୍ଭ କରିବା ଏବଂ ସେ ଧୀରେ ଧୀରେ ଆମ ପସନ୍ଦ ହୋଇଯିବ ଏବଂ ପୁରୁଣା ମହଙ୍ଗା ଫୋନ କୁ ଆମେ ଧୀରେ ଧୀରେ ଭୁଲିବାକୁ ମଧ୍ୟ ଲାଗିଯିବୁ ।

ସେହି ପରି ଯଦି କୌଣସି ସଂପର୍କ ଭାଙ୍ଗି ଯାଏ ସେ ପ୍ରେମିକ ହେଉ କିମ୍ବା ପ୍ରେମିକା ତାର ରି ପ୍ଲେସମେଣ୍ଟ ମଧ୍ୟ ହୋଇ ଯାଏ । ଏବଂ ସବୁଠାରୁ ଗୁରୁତ୍ୱ କଥା କି ସବୁବେଳେ ଏହା ଭାବିବା କି ସେ ଆମକୁ ପ୍ରେମ କରୁଛି କି ନାହିଁ ସେ ଆମକୁ ମନ ପକାଉଛି କି ନାହିଁ ଏବଂ ସେ ଏବେ ପର୍ଯ୍ୟନ୍ତ ଭଲ ପାଉଛି କି ଆଦି ଏହି ସବୁ ବିଷୟରେ ଭାବିବା ଓ କହିବା ବନ୍ଦ କରି ଦିଅନ୍ତୁ । ଏବଂ ନିଜର ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ ।

ସର୍ବ ଶେଷରେ ଏହା କି ଯିଏ ସତରେ ପ୍ରେମ କରୁଥିବ ସେ କିଛି ବି ପରିସ୍ଥିତି ଆସୁ କିଛି ବି ଅସୁବିଧା ଆସୁ ସେ କେବେବି ଆପଣଙ୍କୁ ଛାଡିକି ଯିବ ନାହିଁ ଏବଂ ଯିଏ ଆପଣଙ୍କୁ ଭଲ ପାଉ ନଥିବ ପସନ୍ଦ କରୁ ନଥିବ ସେ ଆପଣଙ୍କୁ କୌଣସି ବି ବାହାନା କରି ଛାଡି ପଳାଇବେ ।




