ନିର୍ବାଚନ କମିସନଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ: ବଦଳିବେ ୬ ରାଜ୍ୟର ଗୃହ ସଚିବ – Kalinga News
[ad_1]
ପଶ୍ଚିମବଙ୍ଗ ଡିଜି ହଟିଲେ
ନୂଆଦିଲ୍ଲୀ; ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସହିତ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଭାରତର ନିର୍ବାଚନ କମିସନ ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ୬ ରାଜ୍ୟର ଗୃହ ସଚିବଙ୍କୁ ବଦଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ପଶ୍ଚମବଙ୍ଗର ପୁଲିସ ମହାନିର୍ଦ୍ଦେଶକ (ଡିଜି), ମୁମ୍ବାଇ ମହାନଗର ନିଗମର କମିସନର, ଅତିରିକ୍ତ କମିସନର ଓ ଡେପୁଟି କମିସନରଙ୍କ ସମେତ ୨ଟି ରାଜ୍ୟର ସାଧାରଣ ପ୍ରଶାସନ ବିଭାଗର ସଚିବଙ୍କୁ ସେମାନଙ୍କ ପଦରୁ କାଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁକ୍ତ, ଅବାଧ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିସନ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଯେଉଁ ୬ଟି ରାଜ୍ୟର ଗୃହ ସଚିବଙ୍କୁ ବଦଳାଇବା ପାଇଁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି ସେଗୁଡ଼ିକ ହେଲା ଗୁଜରାଟ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ। ଏଥିସହିତ ମିଜୋରାମ ଓ ହିମାଚଳ ପ୍ରଦେଶର ସାଧାରଣ ପ୍ରଶାସନ ବିଭାଗର ସଚିବଙ୍କୁ ମଧ୍ୟ ବଦଳାଇବାକୁ କହିଛନ୍ତି। ସେହିଭଳି ମୁମ୍ବାଇ ମହାନଗର ନିଗମର କମିସନର ଇକବାଲ ସିଂହ ଚହଲ, ଅତିରିକ୍ତ କମିସନର ଓ ଡେପୁଟି କମିସନରଙ୍କୁ ମଧ୍ୟ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ପଶ୍ଚମବଙ୍ଗର ବିବାଦୀୟ ପୁଲିସ ମହାନିର୍ଦ୍ଦେଶକ (ଡିଜି) ରାଜୀବ କୁମାରଙ୍କୁ ମଧ୍ୟ ବଦଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ତାଙ୍କୁ କୋଲକାତାର ପୁଲିସ କମିସନର ପଦରୁ କାଢ଼ି ଦିଆଯାଇଥିଲା। ନିର୍ବାଚନ କମିସନଙ୍କ ଦ୍ବାରା ବିଦା ହେବା ପରେ ପଶ୍ଚିମବଙ୍ଗର ନୂଆ ପୁଲିସ ଡିଜି ଭାବେ ୧୯୮୮ ବ୍ୟାଚ୍ର ଆଇପିଏସ୍ ଅଫିସର ବିବେକ ସହାୟଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ସହାୟ ଡିଜି ଓ କମାଣ୍ଡାଣ୍ଟ ଜେନେରାଲ (ହୋମ୍ଗାର୍ଡ) ଭାବେ କାର୍ଯ୍ୟ କରୁଥିଲେ। ଆଇପିଏସ୍ ଅଫିସର ରାଜୀବ କୁମାରଙ୍କୁ ଅଣ ନିର୍ବାଚନ ପରିଚାଳନା ଦାୟିତ୍ବ ପ୍ରଦାନ ପାଇଁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି।
ଦେଶରେ ନିର୍ବାଚନ ତାରିଖ ଘୋଷଣା ହେବାପରେ ଅଧିକାରୀ ବଦଳିରେ ଏହା ନିର୍ବାଚନ କମିସନଙ୍କ ପ୍ରଥମ ହସ୍ତକ୍ଷେପ। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଓ ଦୁଇ ନୂଆ ନିର୍ବାଚନ କମିସନର ସୁଖବୀରର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାରଙ୍କ ମଧ୍ୟରେ ବୈଠକ ପରେ ଏହି ଘୋଷଣା କରଯାଇଛି।
ଉଲ୍ଲେଖଯୋଗ୍ୟ, ବଦଳି ହୋଇଥିବା ରାଜ୍ୟର ଗୃହ ସଚିବମାନେ ଦ୍ବୈତ ଦାୟିତ୍ବରେ ରହିଛନ୍ତି। ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦାୟିତ୍ବରେ ସେମାନେ ରହିଛନ୍ତି। ଫଳରେ ନିର୍ବାଚନ ପୂର୍ବରୁ, ନିର୍ବାଚନ ସମୟରେ ଏବଂ ନିର୍ବାଚନ ପରେ ଯେଉଁ ପ୍ରକାର ନିରପେକ୍ଷତା ଆବଶ୍ୟକ ତାହା ସେମାନଙ୍କ ଠାରୁ ମିଳି ନପାରେ। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ ଉକ୍ତ ଅଧିକାରୀମାନଙ୍କର ବଦଳି କରିଛନ୍ତି। ପଶ୍ଚିମବଙ୍ଗ ପୁଲିସ ଡିଜିଙ୍କ ବଦଳି ପ୍ରସଙ୍ଗରେ ରାଜ୍ୟରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଛି।
[ad_2]