ଖେଳ ଖବର

ଆଇପିଏଲ-୨୦୨୪ ଖେଳିବେ ନାହିଁ ବିରାଟ କୋହଲୀ ! – Kalinga News

[ad_1]

ମୁମ୍ବାଇ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି କିଛି ଦିନ ତଳେ ଦ୍ବିତୀୟ ଥର ବାପା ହୋଇଥିଲେ। ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ବେଳେ ପୁଅର ନାମ ବିରୁଷ୍କା, ଅକାୟ ରଖିଥିବା ସାମ୍ନାକୁ ଆସିଥିଲା। ଅନୁଷ୍କାଙ୍କର ଲଣ୍ଡନରେ ପ୍ରସବ ହୋଇଥିବା ବେଳେ ଏବେ ପୂରା ପରିବାର ସେଠାରେ ଅଛନ୍ତି। ବିରାଟ ନିଜ ପରିବାର ସହ ସମୟ ବିତାଇବା ପାଇଁ ମାସେ ହେଲାଣି କ୍ରିକେଟଠାରୁ ଦୂରରେ ରହିଛନ୍ତି।

ଏବେ ଚର୍ଚ୍ଚା ହେଉଛି ଯେ, ପରିବାର ପାଇଁ ବିରାଟ ଆହୁରି କିଛି ଦିନ କ୍ରିକେଟଠାରୁ ଦୂରେଇ ରହିବେ। ଏମିତି କି ତାଙ୍କୁ ଚଳିତ ବର୍ଷ ଆଇପିଏଲରେ ମଧ୍ୟ ଦେଖିବାକୁ ମିଳିବ ନାହିଁ। ଏହାକୁ ନେଇ ପୂର୍ବତନ ଭାରତୀୟ କ୍ୟାପଟେନ ସୁନୀଲ ଗାଭାସ୍କର କହିଛନ୍ତି ଯେ, “ସେ କ’ଣ ଖେଳିବେ କି? କିଛି କାରଣ ପାଇଁ ସେ ବର୍ତ୍ତମାନ ଖେଳୁନାହାନ୍ତି। ଏଭଳି ବି ହୋଇପାରେ‌ ଯେ, ସେ ଆଇପିଏଲ ପାଇଁ ବି ଖେଳିନପାରନ୍ତି।” ତାଙ୍କର ଏଭଳି ବୟାନ ପରେ ବିରାଟ ଆଇପିଏଲ ଖେଳିବେ ନାହିଁ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ଉଲ୍ଲେଖଯୋଗ୍ୟ, ୧୫ ଫେବ୍ରୁଆରିରେ ବିରାଟ ଓ ଅନୁଷ୍କା ଅକାୟଙ୍କ ମାତାପିତା ହୋଇଥିଲେ । ଲଣ୍ଡନରେ ଅନୁଷ୍କାଙ୍କ ପ୍ରସବ ହୋଇଥିବା ବେଳେ ପ୍ରସବର ୫ଦିନ ପରେ ପ୍ରଶଂସକଙ୍କୁ ପୋଷ୍ଟ କରି ଖୁସି ଖବର ଦେଇଥିଲେ ବିରାଟ । ଦୀର୍ଘ ଦିନ ଧରି ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଅନୁଷ୍କା ଶର୍ମା ଗର୍ଭବତୀ ଥିବା ଖବର ଉପରେ ନିରବ ଥିଲେ। ସେହିପରି ବିରାଟ କୋହଲି ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button