ଗେମ୍ ଖେଳି ମୋ ଝିଅ ଟଙ୍କା ରୋଜଗାର କରୁଛି; ସଚିନ ଏଭଳି କହୁଥିବାର ଡିପଫେକ୍ ଭିଡିଓ ହେଲା ଭାଇରାଲ – Kalinga News
[ad_1]
ନୂଆଦିଲ୍ଲୀ: କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଏକ ଡିପଫେକ୍ ଭିଡିଓ ଭାଇରାଲ ହୋଇଥିଲା। ଏହା ପରେ ରଶ୍ମିକା ମନ୍ଦନା ଅଭିଯୋଗ ଦାଖଲ କରିଥିଲେ। ରଶ୍ମିକାଙ୍କ ସହ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ କାଜୋଲ ମଧ୍ୟ ଡିପଫେକ୍ ଭିଡିଓର ଶିକାର ହୋଇଥିଲେ। ଏବେ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଡିପଫେକ୍ ଭିଡିଓର ଶିକାର ହୋଇଥିବା ଦେଖାଯାଇଛି। ମାଷ୍ଟର ବ୍ଲାଷ୍ଟର ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଏବିଷୟରେ ଜଣାଇଛନ୍ତି। ସଚିନ୍ ତେନ୍ଦୁଲକର ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଏହି ଭିଡିଓରେ ଡିପଫେକ୍ ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ଭିଡିଓରେ ସେ ଏକ ଆପ୍ ପ୍ରମୋଟ୍ କରାଯାଉଥିବା ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
These videos are fake. It is disturbing to see rampant misuse of technology. Request everyone to report videos, ads & apps like these in large numbers.
Social Media platforms need to be alert and responsive to complaints. Swift action from their end is crucial to stopping the… pic.twitter.com/4MwXthxSOM
— Sachin Tendulkar (@sachin_rt) January 15, 2024
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ସଚିନ ତେନ୍ଦୁଲକର କହୁଛନ୍ତି ଯେ, ତାଙ୍କ ଝିଅ ଏକ ଅନଲାଇନ୍ ଗେମ୍ ଆଭିଏଟର ଖେଳନ୍ତି ଏବଂ ଏଥିରୁ ୧୮୦ହଜାର ଟଙ୍କା ରୋଜଗାର କରୁଛନ୍ତି। ବର୍ତ୍ତମାନ ଭଲ ଟଙ୍କା ରୋଜଗାର କରିବା କେତେ ସହଜ ହୋଇଛି।
ଏହି ଭିଡିଓକୁ ଏକ୍ସରେ ପୋଷ୍ଟ କରି ଏହାକୁ ରିପୋର୍ଟ କରିବାକୁ କହିବା ସହ ଡିପଫେକର ଭୁଲ ବ୍ୟବହାର କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ସଚିନ୍।
[ad_2]