ଦିଲ୍ଲୀ ଜିତିବା ପରେ ବି ଲୋକ ଭାବୁଥିଲେ ସିଏସ୍କେ ହାରିନାହିଁ – Kalinga News

[ad_1]
ବିଶାଖାପାଟଣା: ଆଇପିଏଲ-୨୦୨୪ର ୧୩ତମ ମ୍ୟାଚରେ ଚେନ୍ନାଇକୁ ୨୦ ରନ୍ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ହେଲେ ବିଜୟ ହେବା ସତ୍ତ୍ବେ ବି ଷ୍ଟାଡିୟମରେ ଏକ ଗୁଜବ ଖେଳିଯାଇଥିଲା। କିଛି କ୍ଷଣ ପାଇଁ ଲୋକଙ୍କୁ ଲାଗିଥିଲା ଚେନ୍ନାଇ ସୁପର୍ କିଙ୍ଗ୍ (ସିଏସ୍କେ) ଜିତିଛି। ଏପରିକି ମହେନ୍ଦ୍ର ସିଂହ ଧୋନୀଙ୍କ ପତ୍ନୀ ସାକ୍ଷୀଙ୍କୁ ବି ସେପରି ଲାଗିଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ସାକ୍ଷୀ ତାଙ୍କ ଇନ୍ଷ୍ଟା ଷ୍ଟୋରିରେ ସ୍ୱୀକାର କରିଛନ୍ତି ଯେ ସେ ଜାଣିନଥିଲେ ଯେ ଦିଲ୍ଲୀ ଜିତିଛି ବୋଲି। ସାକ୍ଷୀଙ୍କ ଷ୍ଟୋରିରେ ଲେଖାଥିଲା ‘‘ମୁଁ ଜାଣିନଥିଲି ଯେ ଆମେ ମ୍ୟାଚ୍ ହାରିଯାଇଛୁ’’।
ଦ୍ବିତୀୟ ପାଳିରେ ଚେନ୍ନାଇ ୧୯୨ ରନର ଲକ୍ଷ୍ୟକୁ ପିଛା କରି ସମସ୍ତ ଓଭରରେ ୬ ୱିକେଟ ହରାଇ ୧୭୧ ରନ୍ କରି ପରାସ୍ତ ହୋଇଛି । ଚେନ୍ନାଇ ପକ୍ଷରୁ ଅଜିଙ୍କ୍ୟ ରାହାଣେ ୪୫ ରନ୍ କରିଥିବା ବେଳେ ଡାରିଲ୍ ମିଚେଲ୍ ୩୪ ରନ୍ ଓ ଏମ୍ ଏସ ଧୋନି ଦମ୍ଦାର ୧୬ ବଲରେ ୩୭ ରନ୍ କରିଥିଲେ କିନ୍ତୁ ଚେନ୍ନାକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ। ଫଳରେ ଚେନ୍ନାଇ ଏହି ପରାଜୟ ସହ ୪ ଅଙ୍କ ନେଇ ଟେବୁଲ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି ।
ପ୍ରଥମ ପାଳିରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ପୃଥ୍ବୀ ଶ’ ଓ ଡେଭିଡ୍ ଓ୍ବାର୍ନର ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଶ’ ୪୩ ରନ କରି ଆଉଟ ହୋଇଥିବାବେଳେ ଓ୍ବାର୍ନର ୫୨ ରନ କରିଥିଲେ । ସେହିପରି ଅଧିନାୟକ ଋଷଭ ପନ୍ତ ୫୧ ରନ କରିଥିଲେ ଓ ମିଚେଲ ମାର୍ସ ୧୮ ରନ କରି ଆଉଟ ହୋଇଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ୍ ହରାଇ ୧୯୧ ରନ କରିଥିଲା । ଚେନ୍ନାଇ ପକ୍ଷରୁ ମଥିସା ପଥିରାନା ୩ଟି ଓ୍ବିକେଟ ନେଇଥିବାବେଳେ ରବୀନ୍ଦ୍ର ଜାଦେଜା ଓ ମୁସ୍ତାଫିଜୁର ରେହେମାନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।
[ad_2]