ସ୍ତ୍ରୀଙ୍କୁ ବାଇକରେ ବସାଇ ଫେରୁଥିବା ବେଳେ ସାମ୍ବାଦିକଙ୍କୁ ଗୁଳି: ଆଇସିୟୁରେ ହେଲେ ଭର୍ତ୍ତି – Kalinga News

[ad_1]
ନୂଆଦିଲ୍ଲୀ: ବିହାରର ନାଳନ୍ଦା ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ସାମ୍ବାଦିକ ସ୍ତ୍ରୀଙ୍କୁ ବାଇକରେ ବସାଇ ଘରକୁ ଫେରୁଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତଙ୍କ ଗୁଳିମାଡ଼ର ସେ ଶିକାର ହୋଇଥିଲେ। ଏହାପରେ ସ୍ତ୍ରୀ ସ୍ଥାନୀୟଲୋକଙ୍କ ସାହାଯ୍ୟରେ ସ୍ବାମୀଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସାମ୍ବାଦିକ ଦୀପକ ବିଶ୍ବକର୍ମା ଚିକିତ୍ସା ଜାରି ରଖିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଦୀପକ ବିଶ୍ବକର୍ମା ସ୍ତ୍ରୀ ସୀମାଙ୍କୁ ବାଇକରେ ବସାଇ ବିହାରସରିଫ ଫେରୁଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ହଠାତ ଦୀପକଙ୍କ ଗାଡ଼ିକୁ ଅଟକାଇ ଭୟଭୀତ କରିବା ସହିତ ଧମକ ଦେଇଥିଲେ। ଏଥିରେ ସେମାନଙ୍କ ମନ ବୁଝିଲା ନାହିଁ ଯେ ସେମାନେ ରାଗିଣୀ ଦେବୀ ଓ ଦୀପକ ବିଶ୍ବକର୍ମାଙ୍କୁ ଗୁଳି କରିଥିଲେ। ଏହି ଗୁଳିରେ ସାମ୍ବାଦିକ ଓ ତାଙ୍କ ସ୍ତ୍ରୀ ବାଇକରୁ ତଳକୁ ପଡ଼ି ଯାଇଥିଲେ। ସ୍ତ୍ରୀ ରାଗିଣୀଙ୍କୁ କମ ଆଘାତ ଲାଗିଥିବା ବେଳେ ଦୀପକ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିଲେ। ଦୀପକଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।
ଏହାପରେ ଦୁର୍ବୃତ୍ତମାନେ ସେ ସ୍ଥାନ ଝାଡ଼ି ଚାଲି ଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିବା ସହିତ ଏକ ଫୁଟାଗୁଳିକୁ ଜବତ କରିଛି। ତେବେ ଦୁର୍ବୃତ୍ତମାନେ କିଏ ସେମାନେ କେଉଁ କାରଣ ପାଇଁ ଦୀପକଙ୍କୁ ଗୁଳି କରିଛନ୍ତି ସେ ଦିଗରେ ତଦନ୍ତ କରୁଛି ପୁଲିସ।
[ad_2]