ଅପରାଧ

କୁମ୍ବିଂ ଅପରେସନରେ ସୀମାନ୍ତରେ ମାଓବାଦୀ କ୍ୟାମ୍ପ ଧ୍ବଂସ – Kalinga News

[ad_1]

ରାଉରକେଲା: ନିର୍ବାଚନ ପୂର୍ବରୁ ସୀମାନ୍ତରେ ମାଓବାଦୀ କ୍ୟାମ୍ପକୁ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷୀୁ ଧ୍ବଂସ କରାଯାଇଛି।  ଓଡିଶାର ରାଉରକେଲା ଝାଡଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଟେଣ୍ଟୋ ଜଙ୍ଗଲରେ କୁମ୍ବିଂ ଅପରେସନ ସମୟରେ ଏହି ମାଓବାଦୀ  କ୍ୟାମ୍ପକୁ ଧ୍ୱଂସ କରାଯାଇଛି।

କ୍ୟାମ୍ପରୁ ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ବିଷାକ୍ତ ଲେପ ଥିବା ୨୧ଟି ତାର, ଅଢେଇ କିଲୋର ଗନ ପାଉଡର, ପାଞ୍ଚ କିଲୋ ଆମୋନିଆ ନାଇଟ୍ରେଟ ପାଉଡର, ଏକ କିଲୋଗ୍ରାମ୍ ସଲଫର ପାଉଡର। ଏହା ସହ ବହୁ ଆପତ୍ତିଜନକ ମାଓ ସାମଗ୍ରୀ ଜବତ ହୋଇଛି।

ଗୁପ୍ତ ସୂଚନା ଖବର ମିଳିଥିଲା ଏହି କ୍ୟାମ୍ପରେ ମାଓନେତା ମିଶିର ବେଶ୍ରା ସହିତ ତାଙ୍କ ସହଯୋଗୀ ମନଚୁ , ଚମନ, ଅଜୟ, ସାଗେନ ଅଙ୍ଗରିଆ ଅଘଟଣ ଘଟାଇବାକୁ ଷଡଯନ୍ତ୍ର କରୁଛନ୍ତି। ଖବରପାଇ ମିଳିତ ସୁରକ୍ଷା ଦଳଙ୍କ ପକ୍ଷରୁ କୁମ୍ବିଂ ଅପରେସନ କରାଯାଇଥିଲା।

ଅପରେସନ ସମୟରେ ମାଓନେତା ଛତ୍ରଭଙ୍ଗ ଦେଇଥିଲେ। ନିର୍ବାଚନ ସମୟରେ ମାଓବାଦୀ କିଛି ଅଘଟଣ ଘଟାଇବାର ଆଶଙ୍କାକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡ , ରାଉରକେଲl, ବଣାଇ ପୋଲିସ ସହ ରାଉରକେଲା ଜିଲ୍ଲା ପୁଲିସ ପକ୍ଷରୁ ସୀମାବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button