ଅପରାଧ

ସ୍ୱାମୀ-ସ୍ତ୍ରୀ ଝଗଡ଼ା ମଧ୍ୟରେ ବଳି ପଡିଲା ପୁଅ, ନିର୍ମମ ଭାବେ ହତ୍ୟା କଲା ବାପା – Kalinga News

[ad_1]

ଥାଣେ: ସ୍ୱାମୀ-ସ୍ତ୍ରୀ ଝଗଡ଼ା ମଧ୍ୟରେ ବଳି ପଡିଲା ପୁଅ | ନିର୍ମମ ଭାବେ ହତ୍ୟା କଲା ବାପା | ହତ୍ୟା ପଛର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଦମ୍ପତ୍ତିଙ୍କ ମଧ୍ୟରେ ହେଉଥିବ ଝଗଡା ହିଁ ହତ୍ୟାର କାରଣ ବୋଲି ସନ୍ଦେହ କରୁଛି ପୁଲିସ | ପାଟିରେ କାଗଜ ଭର୍ତ୍ତି କରି ଅଭିଯୁକ୍ତ ବାପା ୯ବର୍ଷିୟ ପୁଅର ହତ୍ୟା କରିଥିବା ଜଣାପଡିଛି |

ମିଳିଥିବା ସୂଚନା ମୁତାବକ, ପାରିବାରିକ କଳହ ପରେ ଅଭିଯୁକ୍ତ ବ୍ୟକ୍ତି ଏବଂ ତାଙ୍କ ପତ୍ନୀ ଅଲଗା ରହୁଥିଲେ | ମୃତ ପୁଅଟି ନିଜ ମାଙ୍କ ସହ ରହୁଥିଲା | ସୋମବାର ପିଲାଟି ତାଙ୍କ ମା’ଙ୍କ ଘରୁ ନିଖୋଜ ହୋଇଯାଇଥିବା ବେଳେ ପରିବାର ସଦସ୍ୟ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଖୋଜାଖୋଜି ପରେ ମଙ୍ଗଳବାର ସକାଳ ପ୍ରାୟ ୮ଟା ସମୟରେ ନାବାଳକର ମୃତଦେହ ବାପାଙ୍କ ଘର ନିକଟରେ ମିଳିଥିଲା | ପୁଲିସକୁ ଏ ନେଇ ସୂଚନା ଦିଆଯିବ ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଯାଞ୍ଚ ଆରମ୍ଭ କରିଥିଲା | ଯାଞ୍ଚ ବେଳେ ମୃତକର ପାଟିରେ କାଗଜ ଭର୍ତ୍ତି ହୋଇଥିବା ବେଳେ ତା ନାକରୁ ରକ୍ତ ବାହାରୁଥିବା ଦେଖାଯାଇଥିଲା | ତଦନ୍ତ ପରେ ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତ ଏଭଳି କରିଥିବା କହିଛି ପୁଲିସ |

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button