ଲାଞ୍ଚ ନେଇ ବିଆର୍ସି ଗିରଫ – Kalinga News

[ad_1]
ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ କାର୍ଯ୍ୟାଳୟ ପରିସରସ୍ଥିତ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍ଡବ୍ଲୁଏସ୍ଏସ୍) ବିଭାଗରେ ଗୁରୁବାର ଭିଜିଲାନ୍ସ ବିଭାଗ ଚଢ଼ଉ କରି ଲାଞ୍ଚ ନେଉଥିବା ବେଳେ ଗୋଷ୍ଠୀ ସମ୍ବଳ ସଂଯୋଜକ (ବିଆର୍ସି) ମଧୁସୂଦନ ପଟେଲଙ୍କୁ ଗିରଫ କରିଛି। ଏନେଇ ସମ୍ବଲପୁର ଭିଜିଲାନ୍ସ ବିଭାଗ କେସ୍ ନମ୍ବର ୬/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Sambad is now on WhatsApp
Join and get latest news updates delivered to you via WhatsApp
ବିଆର୍ସି ଶ୍ରୀ ପଟେଲ ରାଜ୍ୟ ବାହାରର ଜଣେ ଠିକାଦାର ମହମ୍ମଦ ଆସିରଙ୍କ ଏକ ଠିକାକାମର ବିଲ୍ ବାବଦରେ ଟଙ୍କା ମାଗିଥିଲେ। ଏଥିପାଇଁ ବିଆର୍ସି ଆଜିକାଲି କହି ଗଡ଼ାଇବାରୁ ଆସିର୍ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ ବଲାଙ୍ଗୀର ଭିଜିଲାନ୍ସ ବିଭାଗ ରାସାୟନିକ ପ୍ରଲେପଦିଆ ୧୦ଟି ୫ଶହ ଟଙ୍କିଆ ନୋଟ୍ ଲାଞ୍ଚ ମାଗୁଥିବା ବ୍ୟକ୍ତିଙ୍କୁ ଦେବାକୁ ଆସିରଙ୍କୁ ଦେଇଥିଲେ। ଏହି ଟଙ୍କାକୁ ଆସିର କାର୍ଯ୍ୟାଳୟରେ ଶ୍ରୀ ପଟେଲ ଦେବାପରେ ଛକି ରହିଥିବା ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଚଢ଼ଉ କରି ତାଙ୍କୁ କାବୁ କରିଥିଲେ। ତାଙ୍କ ପାଖରୁ ଉକ୍ତ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।
[ad_2]