ଅପରାଧ

ଧରାପଡ଼ିଯିବା ଭୟରେ ଏଏସଆଇଙ୍କ ଉପରେ ଟ୍ରାକ୍ଟର ଚ‌ଢ଼ାଇ ଦେଲା ବାଲି ମାଫିଆ – Kalinga News

[ad_1]

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶହଡୋଲ ଜିଲ୍ଲାରେ ବାଲି ମାଫିଆ ଜଣେ ଏଏସଆଇଙ୍କୁ ଟ୍ରାକ୍ଟରରେ ଚାପି ହତ୍ୟା କରିଥିବାର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ମୃତ ଏଏସଆଇଙ୍କ ନାମ ମହେନ୍ଦ୍ର ବାଗରି ବୋଲି ଜଣାପଡ଼ିଛି।

ପୁଲିସ ଅଧିକାରୀ କୁମାର ପ୍ରତୀକଙ୍କ କହିବାନୁସାରେ, ଜିଲ୍ଲା ମୁଖ୍ୟାଳୟରୁ ୯୦କିଲୋମିଟର ଦୂରରେ ଥିବା ବୌହାରି ପୁଲିସ ଥାନା ଅଧୀନସ୍ଥ ବଡୋଲି ଗ୍ରାମରେ ଶନିବାର ଓ ରବିବାର ମଧ୍ୟରାତିରେ ଘଟିଥିବା ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣଙ୍କୁ ଗିରଫ କରାଯାଇଛି।

ଏଏସଆଇ ମହେନ୍ଦ୍ର ବାଗରି ଦୁଇଜଣ ସାଥୀଙ୍କ ସହିତ ମିଶି ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଯାଉଥିଲେ। ଏହି ସମୟରେ ରାସ୍ତାରେ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଯାଉଥିବା ଦେଖି ମହେନ୍ଦ୍ର ବାଗରି ଅଟକାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଟ୍ରାକ୍ଟର ଚାଳକ ଗାଡ଼ି ଅଟକାଇବା ବଦଳରେ ଏଏସଆଇ ମହେନ୍ଦ୍ର ବାଗରିଙ୍କ ଉପରେ ଗାଡ଼ି ଚାଲି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଏଏସଆଇଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହି ଦୁର୍ଘଟଣା ଘଟାଇବା ପରେ ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପୁଲିସ ତଦନ୍ତ କରି ଟ୍ରାକ୍ଟର ଚାଳକ ଆଶୁତୋଷ ସିଂହକୁ ଗିରଫ କରି ମାମଲା ରୁଜୁ କରିଛି। ଖବର ଲେଖାହେଲା ପର୍ଯ୍ୟନ୍ତ ଟ୍ରାକ୍ଟର ମାଲିକ ଫେରାର ରହିଥିଲେ। ଟ୍ରାକ୍ଟର ମାଲିକ ସୁରେନ୍ଦ୍ର ସିଂହଙ୍କୁ ଯିଏ ଖୋଜି ଆଣିବ ତାଙ୍କୁ ୩୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପୁଲିସ ଘୋଷଣା କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button