ରାଜଧାନୀରେ ଚାଞ୍ଚଲ୍ୟ: ରାତିଅଧରେ ଯୁବକଙ୍କୁ ହାଣିଦେଲେ – Kalinga News

[ad_1]
ବଳିପଡ଼ିଲେ ମଧ୍ୟସ୍ଥି ବଞ୍ଚିଗଲେ ପୂର୍ବତନ ପ୍ରେମିକ ପ୍ରେମିକା ସହ ନୂଆ ପ୍ରେମିକ ଫେରାର୍
ଭୁବନେଶ୍ବର: ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ରାତି ପ୍ରାୟ ୨ଟା ବେଳେ ଚିନ୍ତାମଣିଶ୍ବର ଚମ୍ପା ପୋଖରୀ ନିକଟରେ ଜଣେ ଯୁବକଙ୍କ ବେକକୁ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ନିକଟସ୍ଥ ବସ୍ତିରେ ରହୁଥିବା ଅଞ୍ଜନ ବେହେରା(୨୭)। ଏକ ପ୍ରେମ ବିବାଦର ସମାଧାନ କରିବାକୁ ଯାଇ ଅଞ୍ଜନ ବଳିପଡ଼ିଯାଇଛନ୍ତି। ଜଣେ ଯୁବତୀ ତା’ର ନୂଆ ପ୍ରେମିକ ସହ ମିଶି ଯୋଜନାବଦ୍ଧ ଭାବେ ପୁରୁଣା ପ୍ରେମିକକୁ ହତ୍ୟା କରିବାକୁ ବସିଥିବା ବେଳେ ଖଣ୍ଡା ଚୋଟରେ ମଧ୍ୟସ୍ଥି ଅଞ୍ଜନଙ୍କ ମୃତ୍ୟୁ ହୋଇଛି। ପୁରୁଣା ପ୍ରେମିକ ଗୌତମ ବଞ୍ଚିଯାଇଛନ୍ତି। ଘଟଣା ପରେ ପ୍ରେମିକା ଗୁଡ୍ଡୀ ଓ ନୂଆ ପ୍ରେମିକ ପିଙ୍କୁ ଫେରାର୍ ହୋଇଯାଇଛନ୍ତି। ସେମାନଙ୍କୁ ଗିରଫ କରିବାକୁ ପୁଲିସ ଚଢ଼ଉ ଚଳାଇଥିଲେ ହେଁ ସେମାନଙ୍କ ପତ୍ତା ମିଳିନାହିଁ। ଅଞ୍ଜନ ଭଳି ଜଣେ ଗରିବ ଓ ମେଳାପି ପିଲାର ହତ୍ୟାକାଣ୍ଡକୁ ନେଇ ଚିନ୍ତାମଣିଶ୍ବର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ହତ୍ୟାକାଣ୍ଡ ପଛର କାହାଣୀଟି ଏମିତି। ନିହାରିକା ଦାସ ଓରଫ୍ ଗୁଡ୍ଡୀ ପୂର୍ବରୁ ଗୌତମଙ୍କୁ ଭଲ ପାଉଥିଲେ। କିନ୍ତୁ କିଛି ଦିନ ହେଲା ଗୁଡ୍ଡୀ ୟୁନିଟ୍-୮ ଅଞ୍ଚଳର ପିଙ୍କୁକୁ ଭଲ ପାଇବସିଲେ ଏବଂ ଗୌତମଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ। କିନ୍ତୁ ଗୌତମ ଗୁଡ୍ଡୀକୁ ଭୁଲି ପାରିନଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଗୁଡ୍ଡୀ ତା’ର ନୂଆ ପ୍ରେମିକ ପିଙ୍କୁକୁ ଗୌତମ ବିରୋଧରେ ଏଣୁତେଣୁ କହି ରଗାଇଥିଲା। ତେଣୁ ଗୁଡ୍ଡୀର ପିଛା ଛାଡ଼ିବାକୁ ପିଙ୍କୁ ବାରମ୍ବାର ଗୌତମକୁ ଧମକାଇଥିଲା। ପିଙ୍କୁ ଜେଲ୍ ଫେରନ୍ତା ଗୁଣ୍ଡାଟିଏ ହୋଇଥିବାରୁ ଗୌତମ ଭୟ କରିଯାଇଥିଲେ। ଗତକାଲି ରାତିର ଘଟଣା। ବିବାହ, ବ୍ରତ ଭଳି କାମରେ ଇଭେଣ୍ଟ ମ୍ୟାନେଜ୍ମେଣ୍ଟ କାମ କରୁଥିବା ଗୌତମ, ଅଞ୍ଜନ ଓ ବାପି ଜଟଣୀ ଯାଇଥିଲେ। କାମ ସାରି ସେମାନେ ଜଟଣୀରୁ ପ୍ରାୟ ୧୨ଟା ବେଳେ ଭୁବନେଶ୍ବର ଫେରିଥିଲେ। ଗୌତମ ଓ ଅଞ୍ଜନ ସାଙ୍ଗ ହୋଇ ଚିନ୍ତାମଣିଶ୍ବର ଚମ୍ପା ପୋଖରୀ ନିକଟକୁ ଯାଇଥିଲେ। ପୂର୍ବରୁ ପିଙ୍କୁ ଓ ଗୁଡ୍ଡୀ ସେମାନଙ୍କ ମଧ୍ୟରେ ଥିବା ବିବାଦର ସ୍ଥାୟୀ ସମାଧାନ ପାଇଁ ଗୌତମକୁ ଡକାଇଥିଲେ। ମାତ୍ର ଗୌତମ କିଛି ଅଘଟଣ ଆଶଙ୍କା କରି ସାଙ୍ଗରେ ଅଞ୍ଜନଙ୍କୁ ନେଇଥିଲା। ପୂର୍ବରୁ ପିଙ୍କୁ ବାରମ୍ବାର ଧମକ ଦେଇଥିବାରୁ ଗୌତମ ବିଶ୍ବାସ କରିନଥିଲା। କିନ୍ତୁ ନିଜେ ଗୁଡ୍ଡୀ ତା’ ଘର ପାଖକୁ ଡକାଇଥିବାରୁ ଗୌତମ ଅଞ୍ଜନଙ୍କୁ ସାଙ୍ଗରେ ଧରି ଚମ୍ପା ପୋଖରୀ ନିକଟରେ ପହଞ୍ଚିଥିଲା। ଗୁଡ୍ଡୀ ଓ ପିଙ୍କୁ ସବୁଦିନ ପାଇଁ ଗୌତମକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ବୋଲି ସେମାନେ ବୁଝିପାରିନଥିଲେ। ଅଞ୍ଜନ ଓ ଗୌତମ ଚମ୍ପା ପୋଖରୀ ନିକଟରେ ପହଞ୍ଚିବା ବେଳକୁ ପିଙ୍କୁ ଓ ଗୁଡ୍ଡୀ ସହ ଆଉ ୩/୪ ଜଣ ଯୁବକଙ୍କୁ ଦେଖିଥିଲେ। ପିଙ୍କୁ ଅତର୍କିତ ଖଣ୍ଡା ବାହାର କରି ଗୌତମଙ୍କୁ ଚୋଟ ପକାଇଥିଲା।
ଗୌତମ ପାଖେଇ ଯାଇଥିଲେ ଏବଂ ଖଣ୍ଡା ପାହାର ସିଧା ଅଞ୍ଜନଙ୍କ ହାତରେ ବାଜି ବେକରେ ପଡ଼ିଥିଲା। ଅଞ୍ଜନ ତଳେ ପଡ଼ିଯିବା ଦେଖି ପିଙ୍କୁ, ଗୁଡ୍ଡୀ ଓ ଅନ୍ୟମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। ଗୁଡ୍ଡୀ ତା’ ଘରକୁ ନ ଯାଇ ପିଙ୍କୁ ବାଇକ୍ରେ ବସି ଘଟଣାସ୍ଥଳରୁ ପଳାଇଥିଲା। ଗୌତମ ତୁରନ୍ତ ପିସିଆର୍କୁ ଫୋନ୍ କରିବା ସହ ସାଙ୍ଗ ଅଞ୍ଜନକୁ ବଞ୍ଚାଇବାକୁ ପାଖରେ ରହୁଥିବା ଲୋକଙ୍କୁ ଡାକ ପକାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅଞ୍ଜନ ତଳୁ ଉଠି ବିକଳରେ ନିକଟସ୍ଥ ଜଣେ ଲୋକଙ୍କ ଘର ବାରଣ୍ଡାକୁ ଧାଇଁଥିଲେ। ସେମାନଙ୍କ ବିକଳ ଚିତ୍କାର ଶୁଣି ବ୍ୟକ୍ତିଜଣକ ବାହାରକୁ ଆସି ଅଞ୍ଜନଙ୍କ କ୍ଷତକୁ କପଡ଼ାରେ ବାନ୍ଧି ପକାଇଥିଲେ। ଏତିକିବେଳେ ପିସିଆର୍ ପହଞ୍ଚିଥିଲା ଏବଂ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍କୁ ନିଆଯାଇଥିଲା। ମାତ୍ର ପ୍ରଚୁର ରକ୍ତସ୍ରାବ ଯୋଗୁଁ ଡାକ୍ତରଖାନାରେ ପହଞ୍ଚିବା ବାଟରେ ହିଁ ଅଞ୍ଜନଙ୍କ ମୃତ୍ୟୁ ହୋଇଯାଇଥିଲା। ସୂଚନାଯୋଗ୍ୟ ଯେ ପିଲାଦିନରୁ ବାପାଙ୍କୁ ହରାଇଥିବା ଅଞ୍ଜନ ବହୁ ପରିଶ୍ରମୀ ଥିଲା। ବିଧବା ମା’ଙ୍କର ସେ ଥିଲା ଏକମାତ୍ର ପୁଅ। ସ୍ବାମୀଙ୍କୁ ହରାଇଥିବା ଅଞ୍ଜନଙ୍କ ମା’ ଏବେ ପାଗଳପ୍ରାୟ ହୋଇଯାଇଛନ୍ତି।
[ad_2]