ଅପରାଧ

ବିବାହ ପାଇଁ ସଜେଇ ହୋଇ ଆସୁଥିବା ବେଳେ ଗୁଳିମାଡ଼ରେ ଟଳିପଡ଼ିଲେ କନ୍ୟା – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଝାନସୀରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କନ୍ୟା ବିବାହ ପାଇଁ ସଜେଇ ହେବାକୁ ବିୟୁଟି ପାର୍ଲର ଯାଇଥିବା ‌ବେଳେ ଜଣେ ଯୁବକଙ୍କ ଗୁଳିମାଡ଼ରେ ‌ତାଙ୍କର ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ଏହି ଘଟଣାର ଏକ ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଜୁନ ୨୩ ତାରିଖ ରାତିରେ ସିପରି ବଜାର ଥାନା ଅଞ୍ଚଳସ୍ଥ ସିଦ୍ଧେଶ୍ବର ନଗରରୁ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କାଜଲଙ୍କ ବିବାହକୁ ଆଉ କିଛି ସମୟ ବାକିଥିବା ବେଳେ ସେ ସଜେଇ ହେବାକୁ ବିୟୁଟି ପାର୍ଲର ‌ଯାଇଥିଲେ।

ବିୟୁଟି ପାର୍ଲରରୁ ସଜେଇ ହୋଇ ବାହାରକୁ ବାହାରୁଥିବା ବେଳେ ଜଣେ ଯୁବକ ମୁହଁରେ ଗାମୁଚ୍ଛା ବାନ୍ଧି ହାତରେ ବନ୍ଧୁକ ଧରି କାଜଲଙ୍କ ସାମ୍ନାରେ ଆସି ପହଞ୍ଚି ଯାଇଥିଲା। ଭୟଭୀତ ହୋଇ କାଜଲ ବିୟୁଟି ପାର୍ଲର ଭିତରକୁ ପଶି ଯାଇଥିଲେ। ତାଙ୍କ ପଛେପଛେ ଯୁବକ ଜଣକ ପଶି ଯାଇ ସେଠାରେ ହିଁ ତାଙ୍କୁ ଗୁଳି କରି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

ଏହି ଘଟଣାକୁ ନେଇ ଏସଏସପି ରାଜେଶ ଏସ କହିଛନ୍ତି, ‘କାଜଲ ଓ ଗୁଳି କରିଥିବା ଯୁବକ ପୂର୍ବରୁ ପରିଚିତ। ତେବେ ଏହି ଗୁଳିକାଣ୍ଡ କେଉଁ କାରଣରୁ ଯୁବକ କରିଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ। ସାମ୍ନାକୁ ଆସିଥିବା ସିସିଟିଭିକୁ ଆଧାର କରି ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଜାରି ରହିଛି। ଏଥିପାଇଁ ଏକ ଟିମ ବି ଗଠନ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯାଇ ତାର ବୟାନ ରେକର୍ଡ ପରେ ଘଟଣାକୁ ନେଇ କିଛି କୁହାଯାଇ ପାରିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button