ଦେଶ- ବିଦେଶ

ନିର୍ବାଚନ କମିସନରେ ନିର୍ବାଚନୀ ବଣ୍ଡ୍ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ଦାଖଲ କଲା ଏସବିଆଇ – Kalinga News

[ad_1]

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏସବିଆଇ ଆଜି ସନ୍ଧ୍ୟାରେ ନିର୍ବାଚନୀ ବଣ୍ଡ୍ ସଂକ୍ରାନ୍ତ ସବିଶେଷ ତଥ୍ୟ ନିର୍ବାଚନ କମିସନରେ ଦାଖଲ କରିଛି। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ନିର୍ବାଚନ କମିସନ ଏହି ତଥ୍ୟକୁ ଏହାର ଅଫିସିଆଲ ୱେବସାଇଟରେ ମାର୍ଚ୍ଚ ୧୫ ସନ୍ଧ୍ୟା ୫ଟା ସୁଦ୍ଧା ସେୟାର କରିବେ। ଉଲ୍ଲେଖଯୋଗ୍ୟ ଯେ ୨୦୧୮ରେ ଏହି ଯୋଜନା ଆରମ୍ଭ ହେବାଠାରୁ ଏସବିଆଇ ୩୦ଟି ବ୍ରାଞ୍ଚରେ ୧୬,୫୧୮ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ ଇସୁ କରିଛି। କିନ୍ତୁ ସୁପ୍ରିମକୋର୍ଟ ଫେବ୍ରୁଆରି ୧୫ ତାରିଖରେ ଏକ ଐତିହାସିକ ରାୟ ଦେଇ ନିର୍ବାଚନୀ ବଣ୍ଡ୍ ଯୋଜନାକୁ ରଦ୍ଦ କରିଦେଇଥିଲେ। କୋର୍ଟ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହିବା ସହ ଏହାକୁ ରଦ୍ଦ କରିଦେଇଥିଲେ। ତେବେ ଏହି ନିର୍ବାଚନୀ ବଣ୍ଡ୍ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଦେବାପାଇଁ ଏସବିଆଇ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲେ ସୁଦ୍ଧା୍ ଏସବିଆଇର ଏହି ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ। ୨୪ ଘଣ୍ଟା ମଧ୍ୟରେ ସବିଶେଷ ତଥ୍ୟ ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏସବିଆଇ ନିର୍ବାଚନୀ ବଣ୍ଡ୍ ସଂକ୍ରାନ୍ତ ସମସ୍ତ ତଥ୍ୟ ନିର୍ବାଚନ କମିସନରେ ଦାଖଲ କରିଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button