ଦେଶ- ବିଦେଶ

ସିଏଏ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ – Kalinga News

[ad_1]

ନୂଆଦିଲ୍ଲୀ : ସିଏଏ (ନାଗରିକତା ସଂଶୋଧନ ଆଇନ)ର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଛି। ସିଏଏ କାର୍ଯ୍ୟକାରୀତା ଉପରେ ରହିତାଦେଶ ଲଗାଇବାପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଏହି ଆବେଦନ କରାଯାଇଛି। କେନ୍ଦ୍ର ସରକାର ସିଏଏ କାର୍ଯ୍ୟକାରୀ କରିବାର ଦିନକ ପରେ ଏହାକୁ ଚାଲେଞ୍ଜ କରାଯାଇଛି। ଆଇୟୁଏମଏଲ (ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍) ଦ୍ବାରା ନାଗରିକତା ଆଇନକୁ ଚ୍ୟାପଲେଞ୍ଜ କରି ଏହି ପିଟିସନ ଦାଖଲ ହୋଇଛି। ଡିମୋକ୍ରାଟିକ ୟୁଥ ଫେଡେରେସନ ଅଫ ଇଣ୍ଡିଆ ଦ୍ବାରା ମଧ୍ୟ ପୃଥକ୍ ଏକ ଆବେଦନ କରାଯାଇଛି। ସିଏଏ କାର୍ଯ୍ୟକାରୀତା ଉପରେ ରହିତାଦେଶ ଲଗାଇବାପାଇଁ ଅନୁରୋଧ କରିବା ସହ ଏହା କୁହାଯାଇଛି ଯେ ସୁପ୍ରିମକୋର୍ଟରେ ସିଏଏକୁ ଚାଲେଞ୍ଜ କରି ପୂର୍ବରୁ ୨୫୦ଟି ପିଟିସନ ଦାଖଲ ହୋଇଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button