ଦେଶ- ବିଦେଶ

ପିଲାଙ୍କୁ ଏହି ଉପାୟରେ ଜଙ୍କ୍ ଫୁଡରୁ ଦୂରେଇ ରଖନ୍ତୁ

ଭାବନ୍ତୁ, ଯଦି ବଡ଼ମାନଙ୍କୁ ଜଙ୍କ୍ ଫୁଡ୍ ଏତେ ପସନ୍ଦ ଆସେ, ତା’ହେଲେ ଛୋଟ ପିଲାଙ୍କୁ କେତେ ପସନ୍ଦ ଆସୁ ନ ଥିବ। ତେବେ ବଡ଼ମାନେ ତ ଜାଣିଥାଆନ୍ତି ଜଙ୍କ୍ ଫୁଡ୍ ଖାଇଲେ କ’ଣ କ୍ଷତି ହୁଏ। ହେଲେ ଛୋଟ ପିଲାଙ୍କୁ ଏମିତି କ’ଣ ବୁଝାଯାଇପାରିବ ଯେ, ସେମାନେ ତାଙ୍କ ମନପସନ୍ଦର ଖାଇବା ବିଷୟରେ କେବେ ନ କହିବେ। ଏବେ ଆସନ୍ତୁ ଜାଣିବା କେତେକ ଉପାୟ, ଯାହାକୁ ଆପଣାଇ ହୁଏତ ଆପଣଙ୍କ ପିଲା ଜଙ୍କ୍ ଫୁଡ୍ ଖାଇବା ପୂର୍ବରୁ ଥରେ ନିଶ୍ଚୟ ଭାବିବ।

ନିଜେ ହୁଅନ୍ତୁ ରୋଲ୍ ମଡେଲ

ପିଲାମାନେ ନିଜ ବାପା, ମା’ଙ୍କୁ ଦେଖି ବହୁତ କିଛି ଶିଖିଯାଆନ୍ତି। ଏଥିପାଇଁ ଏହା ଜରୁରୀ ଯେ ଆପଣ ନିଜେ ବି ଜଙ୍କ୍ ଫୁଡଠାରୁ ଦୂରେଇ ରୁହନ୍ତି। ଯଦି ଏହା କରିବେ, ତା’ହେଲେ ପିଲାକୁ ମଧ୍ୟ ଜଙ୍କ୍ ଫୁଡର ଅପକାର ବିଷୟରେ କହିପାରିବେ। ନିଜ ପିଲାର ରୋଲ୍ ମଡେଲ ହେବା ଏଠି ନିହାତି ଜରୁରୀ।

ଫଳ, ପନିପରିବା ଖୁଆଇବାର ଅଭ୍ୟାସ

ନିଜ ପିଲାକୁ ଛୋଟବେଳୁ ହିଁ ଫଳ, ପନିପରିବା ଖାଇବାର ଅଭ୍ୟାସ କରାନ୍ତୁ। ଯଦି ଏହି ଅଭ୍ୟାସ ଆଗକୁ ବଢ଼େ, ତା’ହେଲେ ପିଲାର ଦୈନନ୍ଦିନ ଜୀବନରେ କୌଣସି ଖାଦ୍ୟ ସମସ୍ୟା ରହିବନି। ପିଲାକୁ ଖାଦ୍ୟ ଖୁଆଇବା ସମୟରେ ନିହାତି ଭାବେ ସେହି ପନିପରିବାର ଫାଇଦା ବିଷୟରେ କୁହନ୍ତୁ।

junk food

ପାଣି ପିଇବାକୁ କୁହନ୍ତୁ

କେବେ କେବେ ପିଲାଙ୍କୁ ଶୋଷ ଲାଗିଲେ, ସେମାନେ ବୁଝନ୍ତି ନାହିଁ। ଆଉ କିଛି ଓଲଟା ସିଧା ଖାଇବାକୁ ମାଗନ୍ତି। ଯଦି ଆପଣଙ୍କ ପିଲା ଖାଦ୍ୟ ଖାଇବା ପରେ ଜଙ୍କ୍ ଫୁଡ୍ ଖୋଜେ, ତା’ହେଲେ ତାକୁ ପାଣି ପିଇବାକୁ ନିଶ୍ଚୟ ଦିଅନ୍ତୁ।

ପିଲାଙ୍କୁ ବ୍ୟସ୍ତ ରଖନ୍ତୁ

ଆପଣ କେବେ ଅନୁଭବ କରିଛନ୍ତି କି ଯଦି ଆପଣଙ୍କ ପାଖରେ କିଛି କାମ କରିବାକୁ ନ ଥାଏ, ତା’ ହେଲେ କିଛି ହାଲୁକା ଖାଦ୍ୟ ଖାଇବାକୁ ମନ ବଳାନ୍ତି। ଏଭଳି ହରକତ ପିଲାଙ୍କ କ୍ଷେତ୍ରରେ ମଧ୍ୟ ହୋଇଥାଏ। ତେଣୁ ପିଲା ପାଖରେ କିଛି କରିବାକୁ ନ ଥିଲେ, ସେହି ସମୟରେ ବିଭିନ୍ନ ଆକ୍ଟିଭିଟିରେ ବ୍ୟସ୍ତ ରଖନ୍ତୁ।

ଘରେ ତିଆରି କରନ୍ତୁ ଖାଦ୍ୟ

ବାହାର ଖାଦ୍ୟଠାରୁ ଘରେ ଖାଦ୍ୟ ପ୍ରସ୍ତୁତ କରିବା ବହୁତ ଭଲ। ଯଦି ପିଲାଙ୍କୁ ଖୁଆଇବାକୁ ମନ, ତା’ହେଲେ ଜଙ୍କ୍ ଫୁଡ୍ ଘରେ ହିଁ ବନେଇ ଦିଅନ୍ତୁ। ଏଭଳି ଖାଦ୍ୟ ଆପଣ ଘରେ ପ୍ରସ୍ତୁତ କଲେ, ଶୀଘ୍ର ତ ହୋଇଯିବ, ଏହାସହିତ ପିଲାର ଜଙ୍କ୍ ଫୁଡ୍ ଖାଇବାର ଇଚ୍ଛା ମଧ୍ୟ ପୂରଣ ହୋଇଯିବ।

ଜଙ୍କ୍ ଫୁଡର ଲାଞ୍ଚ ଦିଅନ୍ତୁନି

ନିଜ ପିଲାକୁ କେବେ ଏହା କୁହନ୍ତୁନି ଯେ ଖାଦ୍ୟ ଖାଇଲେ କି ହୋମୱାର୍କ କଲେ, ପିଜା, ବର୍ଗର ଭଳି ଜଙ୍କ୍ ଫୁଡ୍ ମିଳିବ। କାହିଁକି ନା ଏହି ପ୍ରକାର କଥା ପିଲା ଉପରେ ପ୍ରଭାବ ପକାଇବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button