ଦେଶ- ବିଦେଶ

୧୦ ବର୍ଷର ଅନୁସନ୍ଧାନ ପରେ ଏଠି ମିଳିଲା କୋଟି କୋଟି ଟଙ୍କାର ଖଜାନା

କୁହାଯାଏ କି ପରିଶ୍ରମ କରିବା ଲୋକର କେବେ ହେଲେ ହାର ହୋଇ ନଥାଏ । ନ୍ୟୁ ମେକ୍ସିକୋରେ ଏମିତି ହିଁ କିଛି ହୋଇଛି । ସେଠାରେ ରକି ପର୍ବତରେ ୧୦ ବର୍ଷ ପୂର୍ବେ ଲୁଚି ରହିଥିବା ୭.୫ କୋଟି ଟଙ୍କାର ଧନ ଶେଷରେ ମିଳିଯାଇଛି । ନ୍ୟୁ ମେକ୍ସିକୋ ସ୍ଥିତ କୋଷାଧକ୍ଷ ଫରେଷ୍ଟ ଫେନ ପ୍ରକାଶ କରିଛନ୍ତି କି ତାଙ୍କ ଭଣ୍ଡାରରେ ସୁନା, ରତ୍ନ ଏବଂ ଅନ୍ୟାନ ମୁଲ୍ୟବାନ ଜିନିଷ ସାମିଲ ହୋଇ ରହିଛି ।

ଗତ ଏକ ଦଶନ୍ଧିରେ ଅତି କମରେ ହଜାର ହଜାର ଲୋକ ଏହି ଭଣ୍ଡାରକୁ ଖୋଜିବା ପାଇଁ ବହୁତ ଚେଷ୍ଟା କରିଛନ୍ତି । ବର୍ତ୍ତମାନ ଜଣେ ବ୍ୟକ୍ତି କିଛି ଦିନ ପୂର୍ବରୁ ଏହି ଧନକୁ ଖୋଜି ପାଇଛନ୍ତି । ଏହି ବ୍ୟକ୍ତି ଜଣଙ୍କ ନିଜ କଥାକୁ ପ୍ରମାଣ କରିବା ପାଇଁ ଫେନଙ୍କୁ ସେହି ଧନର ଏକ ଫଟୋ ପଠାଇଛନ୍ତି । ଫେନ ଏହି ଧନକୁ ନିଜେ ଲୁଚାଇ ଥିଲେ ଏବଂ ଲୋକ ମାନଙ୍କୁ ଏହାକୁ ଖୋଜିବା ପାଇଁ କହିଥିଲେ । ୧୯୮୯ ମସିହାରେ ତାଙ୍କୁ କ୍ୟାନ୍ସର ହୋଇଥିଲା କିନ୍ତୁ ବର୍ତ୍ତମାନ ସେ ଠିକ ଅଛନ୍ତି ।

ଫେନ ଭଣ୍ଡାରର ସାମଗ୍ରୀକୁ ନିଜର ୱେବସାଇଟରେ ପଠାଇଛନ୍ତି । ୱେବସାଇଟ ଅନୁସାରେ ସୁନାର ନାଗେଟ ଏବଂ ମୁଦ୍ରା, ରିଙ୍ଗ ଏବଂ ଅନ୍ୟ ବିଦେଶୀ ସାମଗ୍ରୀ ଅଛି । ସେ ୨୦୧୦ ମସିହାରେ ଏହି ଧନକୁ ଲୁଚାଇ ଥିଲେ ଏବଂ ନିଜର ୱେବସାଇଟରେ ଏହି ଧନ କେଉଁଠି ଅଛି ଖୋଜିବା ପାଇଁ କହିଲେ ଏବଂ ଗୋଟିଏ କବିତାରେ ସେ ନିଜର ଆତ୍ମଜୀବନୀ ‘ଦ ଥ୍ରୀଲ ଅଫ ଦ ଚେସ’ ରେ ପ୍ରକାଶିତ କଲେ ।

ଫେନ ନ୍ୟୁ ମେକ୍ସିକୋକୁ କହିଛନ୍ତି କି ପ୍ରାୟ ୩,୫୦,୦୦୦ ଲୋକ ଏହି ଧନକୁ ଖୋଜିବା ପାଇଁ ଚେଷ୍ଟା କରିଥିଲେ, କେହି ଏହାକୁ ଖୋଜିବା ପାଇଁ ନିଜର ଚାକିରି ଛାଡିଥିଲେ ଏବଂ କେହି ଏହି ଧନକୁ ଖୋଜି ଖୋଜି ମୃତ୍ୟୁ ବରଣ ମଧ୍ୟ କରିଛନ୍ତି । ଫେନଙ୍କର ବର୍ତ୍ତମାନ ବୟସ ୮୯ ବର୍ଷ । ସେ ନିଜର ୱେବସାଇଟରେ କହିଛନ୍ତି କି ଏହା ରକି ପର୍ବତରେ ଥିଲା । ମୁଁ ସେହି ବ୍ୟକ୍ତିଙ୍କୁ ଜାଣି ନାହିଁ ଯିଏ ଏହାକୁ ପାଇଛନ୍ତି କିନ୍ତୁ ମୋର ବହିର କବିତା ତାଙ୍କୁ ସଠିକ ସ୍ଥାନରେ ପହଞ୍ଚାଇ ଦେଇଛି ।

ୱେବସାଇଟ ଧନକୁ ବିକିବାର ଉପାୟ ମଧ୍ୟ କହିଥାଏ ଏବଂ ଏହା ମଧ୍ୟ ପରାମର୍ଶ ଦେଇଥାଏ କି ଯେଉଁ ବ୍ୟକ୍ତି ଏହାକୁ ପାଇଛନ୍ତି ତାଙ୍କୁ ଏହାକୁ ପୁର୍ନବାର ଲୁଚାଇବା ଉପରେ ବିଚାର କରିବା ଦରକାର । ଫେନ ଅନୁରୋଧ କରିଛନ୍ତି ‘ଆପଣ କଣ ବାଛିବେ ‘ଗତ ରୋମାଞ୍ଚକୁ ଜୀବିତ ରଖିବେ ବା କିମ୍ବଦନ୍ତୀ ଜାରି ରଖିବେ ।’

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button