ଜାତୀୟ ରାଜପଥରେ ଲାଗିଥିବା ଜାମ ହେତୁ ନବଜାତକୁ ହରାଇଲେ ମା’ – Kalinga News
[ad_1]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହମିରପୁର ଜିଲ୍ଲା କାନପୁର-ସାଗର ଜାତୀୟ ରାଜପଥରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଭିଡ଼ ହେତୁ ଅସୁସ୍ଥ ନବାଜତ ଶିଶୁକୁ ଚିକିତ୍ସା ପାଇଁ ଦମ୍ପତି ନେଇ ନପାରିବାରୁ ସେମାନେଙ୍କ ସନ୍ତାନ ସବୁଦିନ ପାଇଁ ଆଖିବୁଜି ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ମୁସାନଗରରେ ରହୁଥିବା ଦମ୍ପତି ବାଇକ ଯୋଗେ ନିଜର ଅସୁସ୍ଥ ନବଜାତ ଶିଶୁ ଆଧ୍ୟାର ଚିକିତ୍ସା ପାଇଁ ହସ୍ପିଟାଲ ଯାଉଥିଲେ। ଏହି ସମୟରେ କାନପୁର-ସାଗର ଜାତୀୟ ରାଜପଥରେ ଲାଗିଥିବା ଗାଡ଼ି ଜାମ ଭିତରେ ଦୁହେଁ ଫସି ଯାଇଥିଲେ। ଚେଷ୍ଟା କରି ବି ସେମାନେ ଆଗକୁ ବଢ଼ି ପାରି ନଥିଲେ। ପୁଲିସ ବି ଏ ଦମ୍ପତିଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲା କିନ୍ତୁ କିଛି ଲାଭ ହୋଇ ନଥିଲା। ଶେଷରେ ଅସୁସ୍ଥ ଆଧ୍ୟାର ଚିକିତ୍ସାରେ ବିଳମ୍ବ ହେବାରୁ ଜାତୀୟ ରାଜପଥରେ ମା’ କୋଳରେ ହିଁ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛି।
କୋଳରେ ନିଜର ସନ୍ତାନର ମୃତ୍ୟୁ ଦେଖି ବିଚାରି ମା’ ପାଗଳିପ୍ରାୟ ହୋଇପଡ଼ିଛି। ରାସ୍ତାରେ ବାହୁନି ବାହୁନି କାନ୍ଦିକାନ୍ଦି ଯାହାକୁ ଦେଖୁଛି ତାର ଶିଶୁକୁ ବଞ୍ଚାଇ ଦେବାକୁ ଅନୁରୋଧ କରୁଥିଲା। ମୃତ ଆଧ୍ୟାର ମୁଣ୍ଡକୁ ଆଉଁସି ଆଉଁସି କହୁଥିଲା, ‘ଏ ଧନ ଉଠିପଡ଼ରେ। ତୋ ବିନା ମୁଁ ତୋ ବାପା କେମିତି ବଞ୍ଚିବୁ କହ। ତତେ ଠିକ ସମୟରେ ମୁଁ ଚିକିତ୍ସା ଯୋଗାଇ ପାରିଲି ନି ବୋଲି ତୁ ମୋତେ ପର କରିଦେଲୁ ନା।
[ad_2]