ଅପରାଧ

କେଜ୍ରିୱାଲ୍‌ଙ୍କ ପ୍ରତି ଅମାନବୀୟ କାର୍ଯ୍ୟ ହୋଇଛି ବୋଲି ଅଭିଯୋଗ ଆଣିଲେ ସଞ୍ଜୟ ସିଂ – Kalinga News

[ad_1]

ନୂଆଦିଲ୍ଳୀ: ମଦ ନୀତି ମାମଲାରେ ଗିରଫ ହେବା ପରେ ବର୍ତ୍ତମାନ ତିହାର ଜେଲରେ ରହୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ପତ୍ନୀ ସୁନୀତାଙ୍କ ସହ ସାକ୍ଷାତ ପାଇଁ ଅନୁମତି ପାଇଁ ମନା କରାଯାଇଛି ବୋଲି ଆମ୍ ଆଦମୀ ପାର୍ଟି (ଆପ୍‌) ନେତା ସଞ୍ଜୟ ସିଂ ଦାବି କରିଛନ୍ତି। ତାଙ୍କ କହିବାନୁସାରେ କେବଳ ଏକ ଝରକା ସେପାଖରେ ରହି କେଜ୍ରିୱାଲ୍‌ଙ୍କୁ ତାଙ୍କ ପତ୍ନୀଙ୍କ ସହ ଭେଟିବାକୁ ଦିଆଯାଉଛି, ଯାହାକି ଅମାନବୀୟ କାର୍ଯ୍ୟ।

ସେହି ସମାନ ମାମଲାରେ ଗତ ଅକ୍ଟୋବରରେ ସଞ୍ଜୟ ସିଂହ ଗିରଫ ହୋଇ ୬ ମାସ ଜେଲ୍‌ରେ ବିତାଇବା ପରେ ଚଳିତମାସ ଆରମ୍ଭରେ ଜାମିନ୍‌ ପାଇ ବାହାରକୁ ଆସିଛନ୍ତି। ଜାମିନ ପାଇଥିବା ସଞ୍ଜୟ ସିଂ ଦିଲ୍ଲୀର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ ‘‘ଏପରିକି ଜଘନ୍ୟ ଅପରାଧୀମାନଙ୍କୁ ମଧ୍ୟ ସେମାନଙ୍କ ସଂପର୍କୀୟଙ୍କ ସହ ଭେଟିବାର ଅନୁମତି ମିଳିଥାଏ। ହେଲେ ୩ ଥର ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ବନିଥିବା ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀଙ୍କ ସହ ଝରକା ସେପାଖରୁ ଭେଟିବାକୁ ଦିଆଯାଉଛି, ତାହା ପୁଣି ଏକ କାଚ ଥିବା ଝରକା। ଏତେ ଅମାନବିକତା କ’ଣ ପାଇଁ?’’

ଆପ୍‌ ନେତା କହିଛନ୍ତି ଯେ ଯେତେବେଳେ ସୁନୀତା କେଜ୍ରିୱାଲ ତାଙ୍କ ସ୍ୱାମୀଙ୍କ ସହ ସାକ୍ଷାତ ପାଇଁ ଆବେଦନ କରିଥିଲେ, ସେତେବେଳେ ତାଙ୍କୁ କୁହାଯାଇଥିଲା ଯେ ସେମାନେ କେବଳ ଝରକାରେ ମୁହାଁମୁହିଁ ସାକ୍ଷାତ କରିପାରିବେ। କୌଣସି ରୁମ୍‌ ଭିତରେ ସାକ୍ଷାତର ଅନୁମତି ମିଳିଲା ନାହିଁ। ‌ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମନୋବଳକୁ ମନୋବଳ ଭାଙ୍ଗିବା ପାଇଁ ଏହା କରାଯାଉଥିବା ସେ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button