ଅପରାଧ

ଜେଲରୁ ବ୍ରାଉନ୍‌ସୁଗାର କାରବାର ମାମଲା: ମହିଳା ସମେତ ୭ ଗିରଫ, ୯ ମୋବାଇଲ୍‌ ଜବତ – Kalinga News

[ad_1]

ଭୁବନେଶ୍ବର: ଖୋର୍ଦ୍ଧା ଜେଲରୁ ବ୍ରାଉନ୍‌ସୁଗାର କାରବାର ମାମଲାରେ ପୁଲିସ ଜଣେ ମହିଳାଙ୍କ ସମେତ ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଳୁଚରଣ ଭୂୟା (୨୯), ପ୍ରମୋଦ କୁମାର ପଣ୍ଡା (୧୯), ସୁମନ ସେଠୀ (୧୯), ଦେବାଶିଷ ପଟ୍ଟନାୟକ (୨୧), ପୁଷ୍ପା ନାଏକ (୩୫), ଏସ୍‌କେ ଆକ୍ରମ ଓ ଅମିତ ସାହୁ (୧୯)। ଏଥି ସହିତ ପୁଲିସ ଜେଲରୁ ଆଉ ୯ଟି ମୋବାଇଲ ଜବତ କରିଛି। ଏହି ମାମଲାରେ ପୂର୍ବରୁ ୪ ଜଣ ଗିରଫ ହୋଇଥିବା ବେଳେ ଏବେ ପୁଣି ୭ ଜଣ ଗିରଫ ହୋଇଛନ୍ତି। ଏଥି ସହିତ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ବ୍ରାଉନ୍‌ସୁଗାର କାରବାର ମାମଲାର ପୁଲିସ ଚାରି ଜଣ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଥିବା। ଅଭିଯୁକ୍ତମାନଙ୍କୁ ଜେରା ବେଳେ ସେମାନେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୭ ଜଣଙ୍କର ନାମ ଖୁଲାସା କରିଥିଲେ। ରିମାଣ୍ଡରେ ଆସିଥିବା ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧାର ବହୁ ଚର୍ଚ୍ଚିତ ‘ପାକୁ’ ହତ୍ୟାକାଣ୍ଡର କୁଖ୍ୟାତ ଅପରାଧୀ ମନୋରଞ୍ଜନ ପ୍ରଧାନ ଓରଫ୍‌ ମିକି, ସଞ୍ଜୟ ପ୍ରଧାନ ଓରଫ୍‌ ସଞ୍ଜୁ, ସେକ୍ ଜାଫର ଓରଫ୍‌ ବାବୁ ଏବଂ ମିକିର ବଡ଼ ଭାଇ ଲକ୍ଷ୍ମୀଧର ପ୍ରଧାନ ଓରଫ୍ ଲକି। ଦୁଇ ଭାଇ ଲକି ଓ ମିକିର ଘର ଭାଲିଆବାଡ଼ି ହୋଇଥିବା ବେଳେ ସଞ୍ଜୁର ଘର ପ୍ରଧାନସାହିରେ ଏବଂ ବାବୁର ଘର ରଣପୁର ଥାନା ବାମ୍ବଡ଼ା ଗାଁରେ। ବାବୁ ଘର ରଣପୁର ହୋଇଥିଲେ ହେଁ ଖୋର୍ଦ୍ଧା ସହରରେ ଏକ ବ୍ୟାଗ୍‌ ଦୋକାନ ଦେଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button