ଅପରାଧ

ମଦ ପିଇ ମାତାଲ ହୋଇ ସ୍କୁଲ ଆସିବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା – Kalinga News

[ad_1]

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ସରକାରୀ ସ୍କୁଲର ଉନ୍ନତୀ ପାଇଁ ବାରମ୍ବାର ଚେଷ୍ଟା କରାଯାଉଥିବା ବେଳେ ସରକାରଙ୍କ ସମସ୍ତ ଚେଷ୍ଟାକୁ ସ୍କୁଲ ଦାୟିତ୍ବ‌ରେ ଥିବା ଶିକ୍ଷକମାନେ ପଣ୍ଡ କରି ଦେଉଥିବା ଜଣାପଡ଼ିଛି। ଏମିତି ଏକ ଘଟଣା ଜବଲପୁର ଗ୍ରାମାଞ୍ଚଳର ଜମୁନିଆ ସ୍କୁଲରୁ ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଜମୁନିଆ ସ୍କୁଲକୁ ଶିକ୍ଷକ ରାଜେନ୍ଦ୍ର ନେତାମ ପାଠପଢ଼ାଇବାକୁ ଆସିଥାଆନ୍ତି। ତେବେ ପିଲା ଓ ଅଭିଭାବକଙ୍କ କହିବାନୁସାରେ, ଶିକ୍ଷକ ରାଜେନ୍ଦ୍ର ପ୍ରତିଦିନ ସ୍କୁଲକୁ ଆସିଥାଆନ୍ତି ସତ, କିନ୍ତୁ ମଦ ପିଇ ଏମିତି ମାତାଲ ଥାଆନ୍ତି କି ପିଲାଙ୍କୁ ପାଠପଢ଼ାଇବା ତ ଦୂରର କଥା ସେ କେଉଁଠି ବସନ୍ତି କେଉଁଠି ଉଠନ୍ତି ତାହା ଜାଣି ପାରନ୍ତି ନାହିଁ। ଏମିତି କି ସ୍କୁଲ ଆରମ୍ଭ ହୋଇ ଛୁଟି ହେବା ସମୟ ଆସିଲା ପର୍ଯ୍ୟନ୍ତ ତାଙ୍କ ନିଶା ଓହ୍ଲାଇ ନଥାଏ। ଶିକ୍ଷକଙ୍କୁ ଏମିତି ଅବସ୍ଥ‌ାରେ ଦେଖି ପିଲାମାନେ ସ୍କୁଲ ଯିବାକୁ ଭୟ କରୁଛନ୍ତି। ଏନେଇ ଉଚ୍ଚ ଅଧିକାରୀଙ୍କୁ ଅଭିଯୋଗ ବି କରାଯାଇଛି। କିନ୍ତୁ କୌଣସି ପ୍ରକାର ପଦକ୍ଷପ ନିଆଯାଇନାହିଁ।

ସ୍କୁଲରେ ମାତାଲ ଶିକ୍ଷକଙ୍କ ଭିଡ଼ିଓ ଭାଇରାଲ ହେବାପରେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ସକ୍ରିୟ ହୋଇଉଠିଛନ୍ତି। ଏହି ଘଟଣାକୁ ‌ନେଇ ଜବଲପୁର ଜିଲ୍ଲାପାଳ କହିଛନ୍ତି,‘ଭିଡିଓ ଭାଇରାଲ ହେବାକ୍ଷଣି ଶିକ୍ଷକଙ୍କୁ ନିଲମ୍ବନ କରି ଦିଆଯାଇଛି। ଏଥିସହିତ ଘଟଣାର ଯାଞ୍ଚ ଆଦେଶ ବି ଦିଆଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button