ମୋଟାଅଙ୍କର ଯୌତୁକ ଦାବି ପରେ ବେଦୀରେ ବିଷ ପିଇ ଦେଲେ କନ୍ୟା – Kalinga News

[ad_1]
ନୂଆଦିଲ୍ଲୀ: କାନପୁର ଦେହାତରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ବର ମୋଟା ଅଙ୍କର ଯୌତୁକ ଦାବି କରିଥିଲେ। ଏହି ଦାବି ପୁରଣ ନହେବା ପର୍ଯ୍ୟନ୍ତ ସେ ବରଯାତ୍ରୀ ନେଇ ଯିବେ ନାହିଁ ବୋଲି କନ୍ୟା ବାପାଙ୍କୁ ରୋକଠୋକ ଜଣାଇ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସମୟରେ କନ୍ୟା ବେଦୀରେ ବସିଥିବା ବେଳେ କିଛି ପୂଜା ଚାଲିଥିଲା। କୌଣସି ସୂତ୍ରରୁ କନ୍ୟାଙ୍କ ପାଖରେ ଏସୂଚନା ପହଞ୍ଚିବା ପରେ ସେ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ।
ସୂଚନାଯୋଗ୍ୟ, ସିକନ୍ଦାରାରେ ଭାରତ ଦୋହରେ ଓ ସୁଶୀଲା ଦେବୀ ନାମକ ଦମ୍ପତି ବସବାସ କରନ୍ତି। ଏହି ଦମ୍ପତି ତାଙ୍କ କନ୍ୟା ଖୁସବୁଙ୍କ ବିବାହ ଇଟାୱାରେ ରହୁଥିବା ଲଲ୍ଲନଙ୍କ ପୁଅ ଅମିତ ରାଜ ସହିତ ସ୍ଥିର କରିଥିଲେ।
ବିବାହ ଦିନ ବରଯାତ୍ରୀ ଆସିବା ବିଳମ୍ବ ଦେଖି ଭାରତ ବର ଓ ବରଙ୍କ ବାପାଙ୍କୁ ଫୋନ କରିଥିଲେ। ଏହି ସମୟରେ ବର କହିଥିଲେ, ‘ମୋର ସରକାରୀ ଚାକିରି ହୋଇଯାଇଛି। ତେଣୁ ୪ଲକ୍ଷ ଟଙ୍କା ସହିତ ମୋଟରସାଇକେଲ ଯୌତୁକ ବାବଦକୁ ଦିଆଯାଉ। ଏହି ଦାବି ପୁରଣ ନହେଲା ଯାଏଁ ମୁଁ ବରଯାତ୍ରୀ ନେଇ ଯାଇପାରିବି ନାହିଁ।’
ବରପକ୍ଷଙ୍କ ଏଭଳି କଥା ଶୁଣି ଖୁସବୁ ଦୁଃଖରେ ଭାଙ୍ଗି ପଡ଼ିଥିଲେ। କିଛିସମୟ ପାଇଁ ସେ ଘର ଭିତରକୁ ଯାଇ ବିଷ ଧରି ଆସି ବେଦୀରେ ବସି ପଡ଼ିଥିଲେ। ବ୍ରାହ୍ମଣ ମନ୍ତ୍ର ପଢ଼ୁ୍ଥିବା ବେଳେ ଖୁସବୁ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ସଙ୍ଗେସଙ୍ଗେ ପରିବାରଲୋକ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇ ଯାଇଥିଲେ। ଡାକ୍ତରଖାନାରେ ଚିକିତ୍ସା ପରେ ଏବେ ଖୁସବୁ ସୁସ୍ଥ ଅଛନ୍ତି।
[ad_2]




