ଗୁଣିଆ ସଂଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼ ଘଟଣା: ୮ ଅଭିଯୁକ୍ତଙ୍କୁ ଗିରଫ – Kalinga News

[ad_1]
ମାଲକାନଗିରି: ପଡିଆ ବ୍ଲକ ଅନ୍ତର୍ଗତ କାଲଦାପାଲୀ ପଞ୍ଚାୟତର ଟାଙ୍ଗୁରୁଗୁଡା ଗ୍ରାମର ଚେନସା ମାଢିଙ୍କୁ ଗାଁରେ ଗୁଣିଆ କରି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ବିଗାଡୁଥିବା ସଂଦେହ କରି ନିସ୍ତୁକ ମାଡ ମାରିବା ସହ ଜୀବନରେ ମାରିଦେବା ପାଇଁ ଯୋଜନା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଗ୍ରାମବାସୀ କେବଳ ଦରମରା କରି ମାଡ ମାରିବା ପରେ ଘରେ ଫିଙ୍ଗି ଦେଇଥିଲେ। ଏନେଇ ଏମଭି-୭୯ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଚେନସା ମାଢିଙ୍କୁ ଏନେଇ ପଚରାଉଚରା କରି କୋର୍ଟ ଚାଲାଣ କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାକୁ ମାଲକାନଗିରି ଏସଡିପିଓ ନିଜେ ତଦନ୍ତ କରିବା ସହ ୮ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ପ୍ରକାଶ ଥାଉକି ଗାଁରେ ବାରମ୍ବାର ଲୋକେ ଅସୁସ୍ଥ ହେବା ସହ ଭଲ ହେଉନଥିଲେ। ତେଣୁ ଗାଁର ଜଣେ ବ୍ୟକ୍ତିକୁ ସ୍ବପ୍ନାଦେଶ ହେଲା ଯେ ଗାଁର କେହି ଜଣେ ବ୍ୟକ୍ତି ଗୁଣିଆ କରୁଛି। ତେଣୁ ଲୋକେ ଅସୁସ୍ଥ ହେଉଛନ୍ତି। ସମସ୍ତ ଗ୍ରାମବାସୀଙ୍କ ନଜର ଚେନସା ମାଢି ଉପରେ ପଡିଲା। ତେଣୁ ଚେନସାଙ୍କୁ କୋଙ୍ଗାରୁ କୋର୍ଟରେ ହାଜର କରି ନିସ୍ତୁକ ମାଡ ମାରିଥିଲେ। ସେ ଗୁଣିଆ କରିବା ନେଇ କୌଣସି ପ୍ରମାଣ ଲୋକଙ୍କ ପାଖରେ ନଥିଲା। ଅକାରଣରେ ଚେନସା ମାଡ ଖାଇଥିଲେ।
[ad_2]