ଅପରାଧ

ଲୋକୋପାଇଲଟ୍‌ ଅପହରଣ ଓ ଲୁଟ୍‌ ଘଟଣା: ଭୁବନେଶ୍ବରରୁ ୩ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ – Kalinga News

[ad_1]

୫୦ ହଜାର ଟଙ୍କା, ସୁନା ଚେନ୍‌ ଓ କାର୍‌ ଜବତ

ରାଉରକେଲା: ଲୋକୋପାଇଲଟ୍‌ ନିହାର ସରକାର ଅପହରଣ ଓ ଲୁଟ୍‌ ଘଟଣାରେ ୩ ଅପହରଣକାରୀଙ୍କୁ ଭୁବନେଶ୍ବରରୁ ଗିରଫ କରିଛି ରାଉରକେଲା ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଏୟାରଫିଲ୍‌ଡ ଥାନା ଅନ୍ତର୍ଗତ ବତଣ୍ଡାର ସଂଗ୍ରାମ କେଶରୀ ପଟ୍ଟନାୟକ ଓରଫ୍‌ ସୋନୁ (୨୭), ବଳଭଦ୍ରପୁରର ସ୍ମୃତିରଞ୍ଜନ ପାଇକରାୟ ଓରଫ୍‌ ବୁବୁ (୩୫) ଓ ବି-୪ କଲ୍ୟାଣୀ ପ୍ଲାଜାର ସତ୍ୟପ୍ରକାଶ ପ୍ରଧାନ ଓରଫ୍‌ ବଣ୍ଟି (୨୪)। ଏମାନଙ୍କ ନିକଟରୁ ସୁନା ଚେନ୍‌, ନଗଦ ୫୦ ହଜାର ଟଙ୍କା, ହୁଣ୍ଡାଇ କାର୍‌ (ଓଡ଼ି ୩୩ ଏଜେ୍‌-୮୬୭୫) ଆଦି ଜବତ କରିଛି। ଗିରଫ ଅହପହରଣକାରୀଙ୍କ ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି, ଏମାନଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି କି ନାହିଁ, ତା’ର ତଦନ୍ତ କରାଯାଉଛି। ବୁଧବାର ରାଉରକେଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ବ୍ରିଜେଶ ରାୟ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଗତ ୨୨ ତାରିଖ ରାତି ପ୍ରାୟ ୯ଟା ୪୦ ମିନିଟ୍‌ରେ ଲୋକୋପାଇଲଟ୍‌ ନିହାର ସରକାର ରାଉରକେଲାର ଛେଣ୍ଡକଲୋନିସ୍ଥ ତାଙ୍କ ଘର ଆଗରେ ଛିଡ଼ା ହୋଇଥିଲେ। ଗିରଫ ଅପହରଣକାରୀ ଏକ କାର୍‌ରେ ସେଠାରେ ପହଞ୍ଚିଥିଲେ। ଜୋରଜବରଦସ୍ତ ତାଙ୍କୁ କାର୍‌ରେ ବସାଇ ଲାଠିକଟାର ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଧମକଚମକ ଦେଇଥିଲେ। ମୋବାଇଲ୍‌, ସିମ୍‌ କାର୍ଡ ଓ ୟୁପିଆଇ ପିନ୍‌ ନେଇଯାଇଥିଲ। ପରେ ମୋବାଇଲ ଫୋନ୍‌ ଫେରାଇ ଦେଇଥିଲେ। ସେଠାରୁ ନିହାରଙ୍କୁ ବାଲୁଘାଟ ନିକଟ ହକି ଛକ ପର୍ଯ୍ୟନ୍ତ ଆଣିଥିଲେ। ନିସ୍ତୁକ ମାଡ଼ ମାରି ସୁନା ଚେନ୍‌, ହାତଘଣ୍ଟା ନେବା ପରେ ଛାଡି ଦେଇ ଫେରାର ହୋଇଯାଇଥିଲେ। ତାଙ୍କୁ ପିସିଆର୍‌ ଭ୍ୟାନ୍‌ ଉଦ୍ଧାର କରି ଛେଣ୍ଡକଲୋନିସ୍ଥ ଘରେ ଛାଡିଥିଲା। ପରଦିନ ସେ ଛେଣ୍ଡ ଥାନାରେ ତାଙ୍କୁ ତିନି ଅଜ୍ଞାତ ଯୁବକ ଅପହରଣ କରି ନେଇଯାଇଥିଲେ ବୋଲି ଲିଖିତ ଏତଲା ଦେଇଥିଲେ। ତାଙ୍କ ଆକାଉଣ୍ଟରୁ ୯୯ ହଜାର ଟଙ୍କା ଉଠାଯିବା ସହ ତିନି ଅଜ୍ଞାତ ଯୁବକ ସୁନା ଚେନ୍‌, ହାତଘଣ୍ଟା, ଏଟିଏମ୍‌ କାର୍ଡ ଲୁଟି ‌ନେଇଥିବା ଏତଲାରେ ଦର୍ଶାଇଥିଲେ। ଲିଖିତ ଏତଲା ଆଧାରରେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ସ୍ବତନ୍ତ୍ର ପୁଲିସ ଟିମ୍‌ ଗଠନ କରାଯାଇଥିଲା। ତଦନ୍ତରୁ ତିନି ଅପହରଣକାରୀ ପେଟିଏମ୍‌ ଓ ଫୋନ୍‌ ପେ’ ଜରିଆରେ ନିହାରଙ୍କ କାନାରା ବ୍ୟାଙ୍କ, ଏସ୍‌ବିଆଇ ଆକାଉଣ୍ଟରୁ ୧ ଲକ୍ଷ ୨୪ ହଜାର ଟଙ୍କା ଉଠାଇ ନେଇଥିବା ଜଣାପଡ଼ିଥିଲା। ପରେ ତିନି ଅପହରଣକାରୀ ଭୁବନେଶ୍ବର ଏୟାର ଫିଲ୍‌ଡ ଥାନା ଅଞ୍ଚଳର ବୋଲି ଜଣାପଡ଼ିବା ପରେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ୍‌ ଭୁବନେଶ୍ବର ଯାଇଥିଲା। ରାଜଧାନୀର କମିସନରେଟ୍ ପୁଲିସ ସହାୟତାରେ ତିନି ଅପହରଣକାରୀକୁ ଗିରଫ କରିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button