ସ୍ୱାସ୍ଥ୍ୟ

ପରିସ୍ରା ସମୟରେ ଜଳାପୋଡ଼ା ହେବା ଏହି ସାଙ୍ଘାତିକ ରୋଗର ସଙ୍କେତ

Health Tips: ବ୍ଲାଡର କ୍ୟାନ୍ସରରେ ବର୍ଷକୁ ଚାରି ଲକ୍ଷରୁ ଅଧିକ ଲୋକ ଲୋକ ପ୍ରାଣ ହରାଉଛନ୍ତି। ଏକ ରିପୋର୍ଟ ଅନୁସାରେ ୨୦୨୦ରେ ପାଖାପାଖି ୧୮ ହଜାର ଭାରତୀୟ ବ୍ଲାଡର କ୍ୟାନ୍ସରର ଶିକାର ହୋଇଥିଲେ ଏବଂ ଏଥିରେ ୧.୩ ଲୋକଙ୍କ ଜୀବନ ଯାଇଥିଲା।

ଠିକ୍ ସମୟରେ ଏହି ରୋଗର ଚିକିତ୍ସା ନହେଲେ ଏହା ମୃତ୍ୟୁର କାରଣ ହୋଇପାରେ। ଏହି କ୍ୟାନ୍ସର ଯେବେ ଆରମ୍ଭ ହୋଇଥାଏ ତେବେ ମୂତ୍ରାଶୟର କଣିକା ଅସାଧାରଣ ରୂପେ ଏବଂ ନିୟନ୍ତ୍ରଣରୁ ବାହାର ହୋଇଯାଏ।

ମୂତ୍ରାଶୟରେ କର୍କଟ ୟୁରୋଥେଲିଆଲ୍ କୋଷରେ ଆରମ୍ଭ ହୁଏ। ଏଗୁଡ଼ିକ ହେଉଛି କୋଷ ଯାହା ବ୍ଲାଡରର ଭିତର ଭାଗକୁ ଲାଇନ୍ ଅପ୍ କରିଥାଏ, ଏହି କୋଷଗୁଡ଼ିକ କିଡନୀ ଏବଂ ୟୁରେଟରରେ ମଧ୍ୟ ଦେଖାଯାଏ, ଯାହା ବ୍ଲାଡର ସହିତ ସଂଯୁକ୍ତ। ଏହାର ଅର୍ଥ କିଡନୀ ଏବଂ ମୂତ୍ରନଳୀରେ ମଧ୍ୟ ଏହି କର୍କଟ ହୋଇପାରେ।

ୟୁରୋଲୋଜି ଏବଂ କିଡନୀ ଟ୍ରାନ୍ସପ୍ଲାଣ୍ଟର ମୁଖ୍ୟଙ୍କ ଅନୁଯାୟୀ, ଯଦି ଲକ୍ଷଣଗୁଡିକ ଠିକ ସମୟରେ ଚିହ୍ନଟ ହୁଏ ତେବେ ବ୍ଲାଡର କର୍କଟ ଭଲ ହୋଇପାରିବ। ଆସନ୍ତୁ ଜାଣିବା ବ୍ଲାଡର କର୍କଟ ରୋଗର ଲକ୍ଷଣ କଣ, ଏହାର କାରଣ ଏବଂ ଏହାକୁ କିପରି ଏଡ଼ାଯାଇପାରିବ।

ବ୍ଲାଡର କର୍କଟ ରୋଗର ଲକ୍ଷଣ

୧. ପରିସ୍ରାରେ ରକ୍ତ ପଡ଼ିବା।

୨. ପରିସ୍ରା ରଙ୍ଗ ନାଲି କିମ୍ବା କଳା ରଙ୍ଗ ହେବା।

୩. ବେଳେବେଳେ ପରିସ୍ରା ସାଧାରଣ ଦେଖାଯାଏ। ହେଲେ ଲ୍ୟାବରେ ଟେଷ୍ଟ ସମୟରେ ଏଥିରେ ରକ୍ତ ଚିହ୍ନଟ ହୁଏ।

୪. ବାରମ୍ବାର ପରିସ୍ରା ଲାଗିବା।

୫. ପରିସ୍ରା କରିବା ସମୟରେ ଯନ୍ତ୍ରଣା ଅନୁଭବ ହେବା।

6. ପିଠି ଯନ୍ତ୍ରଣା ହେବା।

ବ୍ଲାଡର କର୍କଟ ରୋଗର କାରଣ

କୋଷଗୁଡ଼ିକ ସେମାନଙ୍କର DNA ପରିବର୍ତ୍ତନ କଲାବେଳେ ବ୍ଲାଡର କର୍କଟ ଆରମ୍ଭ ହୁଏ। ଏହି କୋଷଗୁଡ଼ିକ ଅତି ଦ୍ରୁତ ଗତିରେ ବଢ଼ନ୍ତି ଏବଂ ସୁସ୍ଥ କୋଷଗୁଡ଼ିକୁ ନଷ୍ଟ କରି ଦିଅନ୍ତି। ଦ୍ରୁତ ଗତିରେ ବଢୁଥିବା କୋଷଗୁଡ଼ିକ ଏକ ଟ୍ୟୁମର ସୃଷ୍ଟି କରି ସାଧାରଣ ଶରୀରର ଟିସୁକୁ ଆକ୍ରମଣ କରି କ୍ଷତି ପହଞ୍ଚାଏ।

ବ୍ଲାଡର କର୍କଟ ହେବାର ଅଧିକ ଆଶଙ୍କା କେଉଁମାନଙ୍କ ପାଖରେ?

ଯେକୌଣସି ପ୍ରକାରର ବ୍ଲାଡର ସଂକ୍ରମଣରେ ପୀଡିତ ଏବଂ ଧୂମପାନ କରୁଥିବା ଲୋକଙ୍କର ଅଧିକ ବିପଦ ରହିଛି। ଏହା ବ୍ୟତୀତ ବାର୍ଦ୍ଧକ୍ୟ, ପୁରୁଷମାନେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସୁଥିବା। ସେହିପରି ଅତୀତରେ କର୍କଟ ରୋଗରେ ଚିକିତ୍ସିତ ହେଉଥିବା ଲୋକଙ୍କର ଅଧିକ ବିପଦ ରହିଛି।

ବ୍ଲାଡର କର୍କଟରୁ ରକ୍ଷା ପାଇବା ପାଇଁ ଉପାୟ

ବ୍ଲାଡର କର୍କଟ ହେବାର ଆଶଙ୍କା କମାଇବା ପାଇଁ ଆପଣଙ୍କୁ ଧୂମପାନରୁ ଦୂରେଇ ରହିବା ଉଚିତ୍। ଏଥିସହ କୌଣସି ପ୍ରକାରର ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସିବା ଠାରୁ ଦୂରେଇ ରୁହନ୍ତୁ। ଆପଣଙ୍କ ଖାଦ୍ୟ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ।

ଏହି ରୋଗରୁ ରକ୍ଷା ପାଇବା ପାଇଁ ଅତ୍ୟଧିକ ମାତ୍ରାରେ ପାଣି ପିଅନ୍ତୁ। ଏହାଦ୍ୱାରା ଶରୀରର ବିଶାକ୍ତ ତତ୍ୱ ପରିସ୍ରା ଦ୍ୱାର ଦେଇ ବାହାରକୁ ବାହାରି ଯିବ । ସେହିପରି ଖାଦ୍ୟରେ ବିଭିନ୍ନ ପ୍ରକାରର ପନି ପରିବା ଏବଂ ଫଳ ସାମିଲ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button