ଦେଶ- ବିଦେଶ

ସଲମାନଙ୍କ ବାପାଙ୍କୁ ପୁଣି ଧମକ- ଲରେନ୍ସ ଗ୍ୟାଙ୍ଗକୁ ପଠାଇବି କି?

ରେନ୍ସ ଗ୍ୟାଙ୍ଗଙ୍କ ଟାର୍ଗେଟ୍ରେ ଅଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ୍। ତାଙ୍କୁ ହତ୍ୟା କରିବାକୁ ବାରମ୍ବାର ଧମକ ଦେଉଛନ୍ତି ଗ୍ୟାଙ୍ଗଷ୍ଟର। ଏପରିକି ତାଙ୍କ ଘର ଉପରକୁ ଗୁଳିମାଡ଼ ମଧ୍ୟ ହୋଇଛି। ଏହାରି ଭିତରେ ପୁଣି ଥରେ ତାଙ୍କ ବାପା ସଲିମ ଖାନ୍ଙ୍କୁ ମିଳିଛି ଧମକ। ସଲମାନଙ୍କ ପରିବାରକୁ ପୁଣି ଥରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଣ୍ଣୋଇ ଡରାଇବାକୁ ଚେଷ୍ଟା କରିଛି।

ପ୍ରତିଦିନ ଭଳି ବୁଧବାର ତଥା ସେପ୍ଟେମ୍ବର ୧୮ ତାରିଖ ସକାଳେ ମଧ୍ୟ ସଲିମ ଖାନ୍ ମର୍ଣ୍ଣିଂ ଓ୍ୱାକ୍ରେ ଯାଇଥିଲେ। ଯେତେବେଳେ ସେ ଚୌକିରେ ବସିଥିଲେ। ସେହି ସମୟରେ ଜଣେ ବ୍ୟକ୍ତି ସ୍କୁଟିରରେ ଗାଲାକ୍ସି ପାର୍ଶ୍ୱରୁ ବ୍ୟାଣ୍ଡଷ୍ଟାଣ୍ଡ ଆଡକୁ ଯାଉଥିଲେ ଏବଂ ବୁର୍ଖା ପିନ୍ଧିଥିବା ଜଣେ ମହିଳା ତାଙ୍କ ପଛରେ ବସିଥିଲେ। ସେ ଏକ ୟୁ-ଟର୍ଣ୍ଣ ନେଇ ସଲିମ ଖାନଙ୍କ ନିକଟକୁ ଆସିଥିଲେ। ଆଉ ପଚାରି ଥିଲେ ମୁଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ପଠାଇବି କି?

ଏହି ଧମକ ମିଳିବା ପରେ ପୁଲିସରେ ଅଭିଯୋଗ ହୋଇଛି। ପୁଳିସ ଏକ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି। ଯେଉଁ ସ୍କୁଟି ଆସି ସଲମି ଖାନଙ୍କୁ ଦୁଇ ଜଣ ଧମକ ଦେଇଥିଲେ ତା’ର ନମ୍ବର ୭୪୪୪ ଥିଲା। ଏବେ ସ୍କୁଟି ଚଳାଉଥିବା ବ୍ୟକ୍ତିଙ୍କୁ ପୁଲିସ ଖୋଜୁଛି।

ସଲମାନ ଖାନ୍ ବର୍ତ୍ତମାନ ମୁମ୍ବାଇରେ ନାହାନ୍ତି। ଗତକାଲି ରାତିରେ ମୁମ୍ବାଇ ବିମାନବନ୍ଦରରେ କଡା ସୁରକ୍ଷା ମଧ୍ୟରେ ତାଙ୍କୁ ଦେଖିବାକୁ ମିଳିଥିଲା। ଅଭିନେତା ସହରରେ ନଥିବା ସମୟରେ ତାଙ୍କ ବାପା ସଲିମ ଖାନଙ୍କ ପାଇଁ ଲରେନ୍ସ ବିଷ୍ଣୋଇର ଏଭଳି ଧମକ ଭାଇଜାନଙ୍କ ଫ୍ୟାନ୍ମାନଙ୍କୁ ଚିନ୍ତିତ କରି ଦେଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ବହୁ ଥର ସଲମାନ ଓ ତାଙ୍କ ପରିବାରକୁ ଧମକ ମିଳି ସାରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button