ରାଜ୍ୟ

ନନ୍ଦନକାନନକୁ ଆସିଲେ ବାଲୁଖଣ୍ଡ ଅଭୟାରଣ୍ୟରୁ ୧୩ଟି କୃଷ୍ଣସାର ମୃଗ

ଭୁବନେଶ୍ୱରସ୍ଥିତ ନନ୍ଦନକାନନରୁ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଆସିଲେ ୧୩ଟି କୃଷ୍ଣସାର ମୃଗ। ଦ୍ୱିତୀୟ ପର୍ଯ୍ୟାୟରେ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ୧୩ଟି କୃଷ୍ଣସାର ମୃଗ ବୁଧବାର ରାତିରେ ପହଞ୍ଚିଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଏକ ସ୍ୱତନ୍ତ୍ର ଭ୍ୟାନରେ ନନ୍ଦନକାନନ ଚିଡ଼ିଆଖାନାରୁ କୃଷ୍ଣସାର ମୃଗମାନଙ୍କୁ କୋଣାର୍କ ଅଣାଯାଇଥିଲା।

କୃଷ୍ଣସାରଙ୍କ ପାଇଁ କୋଣାର୍କ ବନାଞ୍ଚଳ ଅଧୀନ କୁରୁଜଙ୍ଗ ଇଡିସି ସଂଲଗ୍ନ ୩୦ ହେକ୍ଟର ଜମିରେ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି। ଖାଇବାକୁ ସ୍ୱତନ୍ତ୍ର ଘାସ, ହରିଣ ଖାଦ୍ୟ ଓ ଜଳ ବ୍ୟବସ୍ଥା ହୋଇଛି।

ଗତ ଜୁନ ୧୮ ତାରିଖରେ ୬ଟି ମାଇ ଓ ୪ଟି ଅଣ୍ଡିରା ମୋଟ ୧୦ଟି ବିରଳ କୃଷ୍ଣସାର ମୃଗ ଅଣାଯାଇଥିଲ। ଏହି କୃଷ୍ଣସାର ମୃଗଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇ ଯତ୍ନ ନିଆଯାଉଛି। ଏଥିସହ ଦୈନିକ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି। ପରବର୍ତ୍ତୀ ଅବସ୍ଥାରେ କୃଷ୍ଣସାର ମୃଗ ମାନଙ୍କୁ ଅଭୟାରଣ୍ୟରେ ମୁକ୍ତ ବିଚରଣ ପାଇଁ ଛଡ଼ାଯିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button