ରାଜ୍ୟ

ସମ୍ବଲପୁରୀ ଗାୟିକା ରୁକସନା ବାନୋଙ୍କ ପରଲୋକ

ମ୍ବଲପୁରୀ ଗାୟିକା ରୁକସନା ବାନୋଙ୍କ ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

୧୫ ଦିନ ତଳେ ବଲାଙ୍ଗିରରେ ସୁଟିଂ ବେଳେ ରୁକ୍ ସନା ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ପ୍ରଥମେ ଭବାନୀପାଟଣା ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଭର୍ତ୍ତି କରାଯାଇଥିଲା।

ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବରଗଡ଼ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ କରାଯାଇଥିଲା। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ତେବେ ରୁକ୍ ସନାଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ। ତାଙ୍କ ମା’ ଓ ବଡ ଭଉଣୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସ୍ଲୋ ପଏଜନ ଦେଇ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

ଅନ୍ୟପକ୍ଷରେ ରୁକ୍ ସନାଙ୍କର ସ୍କ୍ରାବ୍ ଟାଇଫସରେ ମୃତ୍ୟୁ ହୋଇଥିବା ଜଣାଯାଇଛି।ତେବେ ଏନେଇ ଏମ୍ସ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button