ରାଜନୀତି

ମହାରାଷ୍ଟ୍ର : ୩୮ ଆସନରେ ଶରଦ ପାଓ୍ବାରଙ୍କ ଏନସିପି, କଂଗ୍ରେସ ଓ ଉଦ୍ଧବଙ୍କ ଶିବସେନା ମଧ୍ୟରେ ସହମତି – Kalinga News

[ad_1]

ମୁମ୍ବାଇ: ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମହାରାଷ୍ଟ୍ରରେ ଆସନ ଆବଣ୍ଟନକୁ ନେଇ ବିରୋଧୀ ଇଣ୍ଡିଆ ମେଣ୍ଟରେ କେତେକାଂଶରେ ସହମତି ସୃଷ୍ଟି ହୋଇଛି । ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନ ମଧ୍ୟରୁ କଂଗ୍ରେସ, ଶରଦ ପାୱାରଙ୍କ ଏନସିପି, ଉଦ୍ଧବ ଠାକରେଙ୍କ ଶିବସେନା ଏବଂ ପ୍ରକାଶ ଆମ୍ବେଦକରଙ୍କ ବଞ୍ଚିତ ବହୁଜନ ଆଘାଡ଼ି ୩୮ଟି ଆସନ ପାଇଁ ରାଜି ହୋଇଛନ୍ତି । ତେବେ  ୯ଟି ଆସନରେ ସହମତି ହୋଇପାରି ନାହିଁ ।

କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଶିବସେନା ନେତା ଉଦ୍ଧବ ଠାକରେ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ଫୋନରେ କଥା ହୋଇଥିବା ବେଳେ ଏହା ସାମ୍ନାକୁ ଆସିଛି । ଆସନ ବଣ୍ଟନ କୁ ନେଇ ଫେବ୍ରୁଆରି ୨୭ରେ ମହାବିକାଶ ଆଘାଡି (ଏମଭିଏ)ର ଏକ ବୈଠକ ବସିବ। ଫେବ୍ରୁଆରି ୨୮ ସୁଦ୍ଧା ଆସନ ବୁଝାମଣା ଫର୍ମୁଲା ଚୂଡ଼ାନ୍ତ କରିବାକୁ ମେଣ୍ଟ ନେତାମାନେ ଚେଷ୍ଟା କରିବେ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ ମୁମ୍ବାଇର ୬ଟି ଲୋକସଭା ଆସନରୁ ୩ଟିରେ ଲଢ଼ିବାକୁ ଚାହୁଁଛି। ଏହି ତିନୋଟି ଆସନ ହେଉଛି ମୁମ୍ବାଇ ଉତ୍ତର ପଶ୍ଚିମ, ମୁମ୍ବାଇ ଉତ୍ତର କେନ୍ଦ୍ରୀୟ ଏବଂ ମୁମ୍ବାଇ ଦକ୍ଷିଣ କେନ୍ଦ୍ରୀୟ । ସେହିପରି ଉଦ୍ଧବ ଠାକରେଙ୍କ ଶିବସେନା ୪ଟି ଆସନରେ ପ୍ରାର୍ଥୀ ଦେବାକୁ ଚାହୁଁଛି। ତେବେ ଶିବସେନା ମୁମ୍ବାଇରେ କେଉଁ ୪ଟି ଲୋକସଭା ଆସନ ଚାହୁଁଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button