ଖେଳ ଖବର

ଭାରତୀୟ ଦଳରେ ଓଡ଼ିଶାରୁ କେବଳ ଅମିତ – Kalinga News

[ad_1]

ଭୁବନେଶ୍ବର: ବେଲ୍‌ଜିୟମ ଓ ଇଂଲଣ୍ଡରେ ହେବାକୁ ଥିବା ଆଗାମୀ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ଲାଗି ଗୁରୁବାର ୨୪ ଜଣିଆ ଭାରତୀୟ ପୁରୁଷ ଦଳ ଘୋଷିତ ହୋଇଛି। ହର୍ମନପ୍ରୀତ ସିଂହ ନେତୃତ୍ବରେ ଘୋଷିତ ‌ଏହି ଦଳରେ ଓଡ଼ିଶାରୁ କେବଳ ଡିଫେଣ୍ଡର ଅମିତ ରୋହିଦାସ ସାମିଲ ହୋଇଛନ୍ତି। ହାର୍ଦିକ ସିଂହ ଦଳର ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ବେଲ୍‌ଜିୟମ୍‌ର ଅନ୍ତ୍ବର୍ପରେ ‌ଚଳିତ ମାସ ୨୨ରୁ ୩୦ ତାରିଖ ପର୍ଯ୍ୟନ୍ତ ବେଲ୍‌ଜିୟମ ଓ ଆର୍ଜେଣ୍ଟିନା ସହ ୨ ଲେଖାଏଁ ମ୍ୟାଚ୍‌ ଖେଳିବ। ଏହାପରେ ଦଳ ଲଣ୍ଡନ ଗସ୍ତ କରି ସେଠାରେ ଜୁନ୍‌ ୧ରୁ ୧୨ ତାରିଖ ଭିତରେ ଗ୍ରେଟ୍‌ ବ୍ରିଟେନ୍‌ ଓ ଜର୍ମାନି ସହ ଖେଳିବ। ଭାରତ ଏହି ଗସ୍ତରେ ୨୨ ତାରିଖରେ ଆର୍ଜେଣ୍ଟିନା ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଭାରତ ସଂପ୍ରତି ଏହି ଲିଗ୍‌ରେ ୮ ମ୍ୟାଚ୍‌ ଖେଳି ୧୫ ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନରେ ରହିଛି।

ଭାରତୀୟ ଦଳ: ଗୋଲରକ୍ଷକ-ପିଆର୍‌ ଶ୍ରୀଜେସ, କ୍ରିଷ୍ଣା ବାହାଦୂର ପାଠକ, ଡିଫେଣ୍ଡର-ଜର୍ମନପ୍ରୀତ ସିଂହ, ଅମିତ ରୋହିଦାସ, ହର୍ମନପ୍ରୀତ ସିଂହ (ଅଧିନାୟକ), ସୁମିତ, ସଂଜୟ, ଯୁଗରାଜ ସିଂହ, ବିଷ୍ଣୁକାନ୍ତ ସିଂହ, ମିଡ୍‌ଫିଲ୍ଡର-ବିବେକ ସାଗର ପ୍ରସାଦ, ନୀଳକାନ୍ତ ଶର୍ମା, ମନପ୍ରୀତ ସିଂହ, ହାର୍ଦିକ ସିଂହ, ରାଜକୁମାର ପାଲ, ମହମ୍ମଦ ରାହିଲ ମୌସିନ, ଫରୱାର୍ଡ-ମନଦୀପ ସିଂହ, ଅଭିଷେକ, ସୁଖଜିତ ସିଂହ, ଲଲିତ କୁମାର ଉପାଧ୍ୟାୟ, ଗୁର୍ଜାଣ୍ଟ ସିଂହ, ଅକାଶଦୀପ ସିଂହ, ଅରାଇଜୀତ ସିଂହ ହୁଣ୍ଡାଲ, ବବି ସିଂହ ଧାମି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button