ରାଜନୀତି

କଂଗ୍ରେସର ନୂଆମୁଁହ ପ୍ରଫୁଲ୍ଲ; ବିଜେପିରୁ ପୁଣି ମାନଗୋବିନ୍ଦ, ବିଜେଡିରୁ ସାଲୁଗା – Kalinga News

[ad_1]

ଘୁ.ଉଦୟଗିରି: ଚଳିତ ସାଧାରଣ ନିର୍ବାଚନ ଆଗାମୀ ମାସରେ ହେବାକୁ ଥିବା ବେଳେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜ ଦଳର ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ପ୍ରଥମେ ବିଜେଡି ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ଆଜି କଂଗ୍ରେସ ଏବଂ ବିଜେପି ଦୁଇ ଦଳ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ବିଜେପି ନିଜ ଦଳର ପୁରୁଖା ନେତା ଜଣେ ଆଗ ଧାଡ଼ିର ନେତାଙ୍କୁ ପୁନର୍ବାର ପ୍ରାର୍ଥୀ କରିଛି।

ସ୍ଥାନୀୟ ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତ ର ବାସିନ୍ଦା ମାନଗୋବିନ୍ଦ ପ୍ରଧାନଙ୍କ ନାମରେ ବିଜେପି ମୋହର ମାରିଛି। ସେ ଗତ ୨୦୧୪ ନିର୍ବାଚନ ରେ ବିଜେପି ଦଳର ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଥିଲେ ତଥାପି ଚଳିତ ନିର୍ବାଚନ ରେ।କିନ୍ତୁ କଂଗ୍ରେସ ଏକ ନୂଆ ମୁଁହ କୁ ନିଜ ଦଳର ଦଳୀୟ ପ୍ରାର୍ଥୀ କରି ସମସ୍ତ ଆଶାୟୀଙ୍କୁ ଚକିତ କରିଦେଇଛି।ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ କଂଗ୍ରେସ ର ଗଡ଼ ଭାବେ ପରିଚିତ ଥିବା ବେଳେ ଟିକେଟ ଲବୀରେ ବହୁ ବରିଷ୍ଠ ନେତା ପ୍ରବଳ ଲବୀରେ ଥିବା ସତ୍ତ୍ୱେ କଂଗ୍ରେସ ନୂଆ ମୁହଁ ପ୍ରଫୁଲ ପ୍ରଧାନ ଙ୍କ ନାମରେ ମୋହର ମାରିଛି।ପ୍ରଫୁଲ ପ୍ରଧାନ କଂଗ୍ରେସ ଦଳର ପୁରୁଣା ଏବଂ ପୁରୁଖା ନେତା ସେ ଟିକାବାଲି ବ୍ଲକ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ।ଘର ଟିକାବାଲି ବ୍ଲକ ଅନ୍ତର୍ଗତ ଗୁଟିଙ୍ଗିଆ ନିକଟ ପାଡାଙ୍ଗି ଠାରେ।

କଂଗ୍ରେସ ଟିକେଟ ଲବୀରେ ପୂର୍ବତନ ବିଧାୟକ ଯାକବ ପ୍ରଧାନ, ଅଜୟନ୍ତି ପ୍ରଧାନ,ଯୁବ ନେତା ପ୍ରତାପ ପ୍ରଧାନଙ୍କ ଭଳି ବହୁ ଦକ୍ଷ ନେତା ଙ୍କ ଟିକେଟ କାଟି ଦଳୀୟ ହାଇକମାଣ୍ଡ ନୂଆ ମୁହଁକୁ ଟିକେଟ ଦେଇ ପରୀକ୍ଷା କରିବ କଂଗ୍ରେସ ଦଳ।ଅନ୍ୟ ପକ୍ଷରେ ବିଜେଡି ତାର ପୁରୁଣା ପୁରୁଖା ଦକ୍ଷ ନେତା ସାଲୁଗା ପ୍ରଧାନ ଙ୍କୁ ରିପିଟ କରିଛି। ଇତି ମଧ୍ୟରେ ଗତ କାଲି ବିଜେଡିର ପୁରୁଖା ନେତା ଟିକାବାଲି ବ୍ଲକ ବିଜେଡି ସଭାପତି ତଥା ଜିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ ସ୍ୱାସ୍ଥ୍ୟ ସମସ୍ୟା ଦେଖେଇ ଦଳରୁ ଇସ୍ତଫା ଦେଇଛନ୍ତି। ଆଜି ତାଙ୍କ ପାଖରେ ଦଳର କିଛି ଛାମୁଆ ନେତା ପହଂଚି ତାଙ୍କୁ ବୁଝେଇବାକୁ ଯାଇଥିବା ସୂଚନା ମିଳିଛି। ରୋଦନ ଦଳ ଛାଡିଲେ ବିଜେଡି କ୍ଷତିରେ ପଡ଼ିବା ସମ୍ଭାବନା ରହିଛି। ଏଥିରୁ ବିଜେପି ଏବଂ କଂଗ୍ରସ ଲାଭବାନ ହେବା ନେଇ ଆଶା ବାନ୍ଧିଛନ୍ତି। ପୁଣି ପ୍ରମୁଖ ତିନି ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ର ଦଳୀୟ ଟିକେଟ ଆଶାୟୀ ନିରାଶ ହୋଇ ସ୍ୱାଧୀନ ଭାବେ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ଏଣୁ ପ୍ରାର୍ଥୀପତ୍ର ଦାଖଲ ପରେ ସ୍ପଷ୍ଟ ହେବ କାହାର କେତେ ଦମ। ଆଗାମୀ ଦିନରେ ଘୁ.ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ବାସୀ ଦେଖିବେ ଏକ ରୋଚକ ଲଢେଇ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button