ରାଜନୀତି

ପ୍ରତି ୧୫ ବର୍ଷରେ ବଦଳିବ ଇଭିଏମ୍: ଖର୍ଚ୍ଚ ହେବ ୧୦ ହଜାର କୋଟି – Kalinga News

[ad_1]

କେନ୍ଦ୍ରକୁ ଜଣାଇଲେ ନିର୍ବାଚନ କମିସନ୍

ନୂଆଦିଲ୍ଳୀ: ଦେଶବ୍ୟାପୀ ଏକ ସମୟରେ ଲୋକସଭା ଏବଂ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ ଆୟୋଜନ ଲାଗି ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଏହାଉପରେ ବିଚାରବିମର୍ଶ ଲାଗି ସରକାର ଏକ କମିଟି ମଧ୍ୟ ଗଠନ କରିଛନ୍ତି। ତେବେ ଏକ ସମୟରେ ନିର୍ବାଚନ ହେଲେ ପ୍ରତି ୧୫ ବର୍ଷରେ ଥରେ ଇଲେକଟ୍ରୋନିକ ଭୋଟିଂ ମେସିନ୍ ବା ଇଭିମ୍ ବଦଳାଇବାକୁ ପଡ଼ିବ। ଏଥିଲାଗି ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଭାରତର ନିର୍ବାଚନ କମିସନ୍ କେନ୍ଦ୍ର ସରକାରଙ୍କୁ ଏହା ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କୁ ପଠାଇଥିବା ରିପୋର୍ଟରେ କମିସନ୍ କହିଛନ୍ତି ଯେ ଇଭିଏମ୍‌ର ଜୀବନକାଳ ହେଉଛି ୧୫ ବର୍ଷ। ଅର୍ଥାତ୍ ଏକ ସଙ୍ଗରେ ନିର୍ବାଚନ ‌ହେଲେ ‌ଲୋକସଭା ଓ ବିଧାନଭା ପାଇଁ ଉଦ୍ଦିଷ୍ଟ ଇଭିଏମ୍‌ର ଗୋଟିଏ ଗୋଟିଏ ସେଟ୍ ତିନି ଥର ହିଁ ବ୍ୟବହୃତ ହୋଇପାରିବ। ଏହାପରେ ଇଭିଏମ୍ ବଦଳାଇବାକୁ ପଡ଼ିବ।

କମିସନଙ୍କର ଆକଳନ ଅନୁଯାୟୀ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ୧୧ ଲକ୍ଷ ୮୦ ହଜାର ପୋଲିଂ ବୁଥ୍ ହେବ। ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ ହେଲେ ପ୍ରତି ବୁଥ୍ ଲାଗି ଦୁଇଟି ଇଭିଏମ୍ ଦରକାର। ଗୋଟିଏରେ ଲୋକସଭା ଏବଂ ଅନ୍ୟଟିରେ ବିଧାନସଭ‌ା ପାଇଁ ମତଦାନ ହେବ। ଅନେକ ସମୟରେ ଇଭିଏମ୍ ଖରାପ ହୋଇପଡ଼ୁଥିବାରୁ ଅତିରିକ୍ତ ମେସିନର ମଧ୍ୟ ଆବଶ୍ୟକତା ପଡ଼ୁଛି। ଏହାସହିତ ପ୍ରତି ଇଭିଏମ୍ ପାଇଁ ଗୋଟିଏ ଲେଖାଏଁ କଂଟ୍ରୋଲ ୟୁନିଟ୍, ବାଲଟ୍‌ ୟୁନିଟ୍ ଏବଂ ଭୋଟ୍ ଭେରିଫି‌କେସନ ପେପର ମେସିନ୍‌ର ମଧ୍ୟ ଆବଶ୍ୟକତା ରହିଛି। ଏଥିଲାଗି ଅଧିକ ଖର୍ଚ୍ଚ ହେବା ସ୍ବାଭାବିକ। ଏହାସହିତ ଇଭିଏମ୍ ରଖିବା ଲାଗି ଅଧିକ ସ୍ଥାନ ଦରକାର, ଅଧିକ ଗାଡ଼ି ଦରକାର। କେବଳ ଏତିକି ନୁହେଁ, ଅଧିକ ନିର୍ବାଚନ କର୍ମଚାରୀ ଓ ଅଧିକ ସୁରକ୍ଷା କର୍ମଚାରୀର ମଧ୍ୟ ଆବଶ୍ୟକତା ପଡ଼ିବ।

ଉପରୋକ୍ତ ଆବଶ୍ୟକତା ବିଚାରକୁ ନେ‌ଲେ ଏକ ସମୟରେ ଲୋକସଭା-ବିଧାନସଭା ନିର୍ବାଚନ ଏବେ ସମ୍ଭବ ନୁହେଁ। ଏଥିପାଇଁ ୨୦୨୯ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହାଛଡ଼ା ଏଭଳି ନିର୍ବାଚନ କରିବାକୁ ‌ହେଲେ ସମ୍ବିଧାନର ୫ଟି ଧାରାରେ ସଂଶୋଧନ ଆବଶ୍ୟକ। ସମ୍ବିଧାନର ଏହି ଧାରାଗୁଡ଼ିକ ହେଲା: ସଂସଦର କାର୍ଯ୍ୟକାଳ ସଂକ୍ରାନ୍ତ ଧାରା ୮୩, ରାଷ୍ଟ୍ରପତିଙ୍କ ଦ୍ବାରା ଲୋକସଭା ଭଙ୍ଗ ସଂକ୍ରାନ୍ତ ଧାରା ୮୫, ବିଧାନସଭା କାର୍ଯ୍ୟକାଳ ସଂକ୍ରାନ୍ତ ଧାରା ୧୭୨ , ବିଧାନସଭା ଭଙ୍ଗ ସଂକ୍ରାନ୍ତ ଧାରା ୧୭୪ ଏବଂ ରାଜ୍ୟରେ ରାଷ୍ଟ୍ରପତି ଶାସନ ସଂକ୍ରାନ୍ତ ଧାରା ୩୫୬। ଦଳବଦଳ ପାଇଁ ସାଂସଦ/ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ସଂକ୍ରାନ୍ତ ୧୦ଶମ ଅନୁଚ୍ଛେଦରେ ମଧ୍ୟ ସଂଶୋଧନ କରିବାକୁ ପଡ଼ିବ ବୋଲି କମିସନ୍ ତାଙ୍କ ରିପୋର୍ଟରେ କହିଛନ୍ତି। ସୂଚନାଯୋଗ୍ୟ ଯେ ଏକ ସମୟରେ ଲୋକସଭା-ବିଧାନସଭା ନିର୍ବାଚନ (ଗୋଟିଏ ଦେଶ, ଗୋଟିଏ ନିର୍ବାଚନ) ସମ୍ଭାବନା ସଂପର୍କରେ ଅନୁଧ୍ୟାନ କରିବା ସହିତ ରିପୋର୍ଟ ଦେବାଲାଗି କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button