ମିଥ୍ୟା ଭିଡିଓ ଦେଖାଇ ଭାଷଣ ଦେଇଥିବା ପ୍ରଦୀପ ମାଝୀଙ୍କୁ ଗିରଫ କରାଯାଉ: ବିଜେପି – Kalinga News

[ad_1]
ଅମିତ ଶାହଙ୍କ ମିଥ୍ୟା ଭିଡିଓ ଭାଇରାଲ ନେଇ ସାଇବର ଥାନାରେ ଏତଲା
ଭୁବନେଶ୍ୱର: ବିଜେଡିର ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଏକ ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ନକଲି ଭିଡିଓ ଦେଖାଇ ବିଜେପିକୁ ଭୋଟ ନଦେବା ପାଇଁ କହୁଛନ୍ତି। ଏହା କେବଳ ଆଚରଣ ବିଧିର ଘୋର ଉଲ୍ଲଂଘନ ନୁହେଁ ବରଂ ଆଦିବାସୀଙ୍କୁ ହିଂସା କରିବା ପାଇଁ ଉସକାଇବାର ଅପଚେଷ୍ଟା। ଯେଉଁମାନେ ଏଭଳି ଶସ୍ତା ଓ ମନ୍ଦ ଉପାୟରେ ରାଜନୀତି କରିବାକୁ ଯାଇ ଦେଶର ବାତାବରଣ ନଷ୍ଟ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ସେମାନଙ୍କୁ ଗିରଫ କରିବା ଦାବିରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ସାଇବର ଥାନାରେ ଏତଲା ଦେଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ମହାନ୍ତି କହିଛନ୍ତି ଯେ ଭୋଟ୍ ବେଳେ ବିଜେଡି ସର୍ବଦା ନୂଆ ନୂଆ କାର୍ଯ୍ୟ କରି ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରିଆସୁଛି। ବିଜେଡି ନିର୍ବାଚନ ହାରିବା ଭୟରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବଦନାମ କରିବାକୁ ପଛାଇନାହିଁ। ଦେଶର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ମିଥ୍ୟା ଭିଡିଓ ସାମାଜିକ ଗଣମାଧ୍ୟମରେ ବୁଲୁଛି। ଏହି ମିଥ୍ୟା ଭିଡିଓକୁ ଆଶ୍ରା କରି ପ୍ରଦୀପ ମାଝୀ କହିଛନ୍ତି ଯେ ଅମିତ ଶାହ ଗର୍ଜନ କରି କହୁଛନ୍ତି ରାଜ୍ୟରେ ଯେଉଁ ସଂରକ୍ଷଣ(କୋଟା) ଅଛି ତାହାକୁ କୁଆଡ଼େ ଉଠାଇଦେବେ। ଅମିତ ଶାହଙ୍କ ଏହି ଫେକ୍ ଭିଡିଓ କଂଗ୍ରେସ ତିଆରି କରିଥିଲା ଯାହାକୁ କଂଗ୍ରେସରୁ ଯାଇ ବିଜେଡିରେ ମିଶି ପ୍ରାର୍ଥୀ ହୋଇଥିବା ପ୍ରଦୀପ ମାଝୀ ପ୍ରଚାର ବେଳେ ବ୍ୟବହାର କରିଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ଏହି ଅବସରରେ ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ମୁଖପାତ୍ର ଦିଲୀପ ମଲ୍ଲିକ, ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ, ଆଇନଜୀବୀ ପ୍ରଦୀପ ପଟ୍ଟନାୟକ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
[ad_2]