ଅପରାଧ

ଆଉ କିଛିଟା ଦିନ ପରେ ବର ସାଜି ଥାଆନ୍ତେ ଯୁବକ; ଦାନ୍ତ ଅସ୍ତ୍ରୋପଚାର ନେଲା ଜୀବନ – Kalinga News

[ad_1]

ନୂଆଦିଲ୍ଲୀ: ହାଇଦ୍ରାବାଦରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଦାନ୍ତର ଅସ୍ତ୍ରୋପ୍ରଚାର ଚାଲିଥିବା ବେଳେ ଜଣେ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ନାମ ଲକ୍ଷ୍ମୀ ନାରାୟଣ ଭିଞ୍ଜମ ବୟସ ୨୮ବର୍ଷ ବୋଲି ଜଣାପଡ଼ିଛି।

ଲକ୍ଷ୍ମୀ ନାରାୟଣଙ୍କ ବାପା ରାମୁଲୁ ଭିଞ୍ଜାମ ପୁଲିସରେ ଅଭିଯୋଗ କରି କହିଛନ୍ତି, ‘ପୁଅ ଲକ୍ଷ୍ମୀ ନାରାୟଣ ଭିଞ୍ଜାମର ଆଉ କିଛିଦିନ ମଧ୍ୟରେ ବିବାହ ହୋଇଥାଆନ୍ତା । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ବି ସରିଥିଲା।

ଫେବ୍ରୁଆରି ୧୬ ତାରିଖରେ ଲକ୍ଷ୍ମୀ ନାରାୟଣ ‘ସ୍ମାଇଲ୍ ଡିଜାଇନିଂ’ ପାଇଁ ନିଷ୍ପତ୍ତି ନେଇଥିଲା। ଆମେ ତାକୁ ଯେତେ ବାରଣ କରିଥିଲେ ହେଁ ସେ କିଛି ଶୁଣି ନଥିଲା।  ବିବାହରେ କିପରି ଆକର୍ଷଣୀୟ ଦେଖାଯିବ ସେ ଆଶାରେ ଜଣେ ସାଙ୍ଗକୁ ଧରି ଲକ୍ଷ୍ମୀ ‘ସ୍ମାଇଲ୍ ଡିଜାଇନିଂ’ ପାଇଁ ଜୁବଲି ହିଲ୍ସରେ ଥିବା ଏଫଏମଏସ ଇଣ୍ଟରନ୍ୟାସନାଲ୍ ଡେଣ୍ଟାଲ କ୍ଲିନିକରେ ପହଞ୍ଚି ଯ‌ାଇଥିଲା।

ସେଠାରେ ଅସ୍ତ୍ରୋପଚାର ଚାଲିଥିବା ବେଳେ ତାର ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିବା ନେଇ ମୋତେ ହସ୍ପିଟାଲ ପକ୍ଷରୁ ଫୋନ ଆସିଥିଲା।  ମୁଁ ପହଞ୍ଚିବା ପରେ ପୁଅକୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରି ଦିଆଯାଇଥିଲା। ସେଠା‌ରେ ଡାକ୍ତର ପୁଅକୁ ମୃତ୍ୟୁ ଘୋଷଣା କରିଥିଲେ।

ପୁଅର ପୂର୍ବରୁ କୌଣସି ସ୍ବାସ୍ଥ୍ୟ ସମସ୍ୟା ନଥିଲା। ଏହି ସାମାନ୍ୟ ‘ସ୍ମାଇଲ୍ ଡିଜାଇନିଂ’ ଅସ୍ତ୍ରୋପଚାର ବେଳେ ତାର ମୃତ୍ୟୁ କିପରି ହେଲା। ନିଶ୍ଚିତ ଭାବେ ଏଥିରେ ଡାକ୍ତର କୌଣସି ଅବହେଳା କରିଛନ୍ତି। ପୁଲିସ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଡାକ୍ତରଖାନାର ରେକର୍ଡ ଏବଂ ଭିଡିଓ ଫୁଟେଜ ଯାଞ୍ଚ କରୁ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button