ଦଣ୍ଡ ପାଇବା ପରେ ବ୍ୟାଗରେ ଭର୍ତ୍ତି କରି ଚୋର ଫେରାଇ ଦେଲା ଭଗବାନ ରାଧାକୃଷ୍ଣଙ୍କ ମୂର୍ତ୍ତି – Kalinga News

[ad_1]
ନୂଆଦିଲ୍ଲୀ: ବିହାରର ସୀତାମଢ଼ି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଚୋର ଚୋରି କରି ନେଇଥିବା ଭଗବାନ ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ୬ମାସ ପରେ ଫେରାଇ ଦେଇଥିବା ଜଣାପଡ଼ିଛି। ଏହି ଘଟଣା ଚର୍ଚ୍ଚାର ପରିସରରେ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ସୀତାମଢ଼ିରେ ଥିବା ଏକ ମନ୍ଦିରରୁ ଗତ୬ମାସ ତଳେ ଭଗବାନ ରାଧାକୃଷ୍ଣଙ୍କ ମୂର୍ତ୍ତି ଚୋରି ହୋଇଯାଇଥିଲା। ଏନେଇ ଥାନାରେ ବି ମନ୍ଦିରର ପୂଜାରି ଅଭିଯୋଗ କରିଥିଲେ। ପୁଲିସ ଭଗବାନ ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ଚୋରି କରି ନେଇଥିବା ଚୋରଙ୍କୁ ଧରିବା ପାଇଁ ତଦନ୍ତ ବି କରିଥିଲା, କିନ୍ତୁ ଚୋର ଧରା ପଡ଼ି ନଥିଲା।
ସମ୍ପ୍ରତି ଭଗବାନଙ୍କ ମୂର୍ତ୍ତିକୂ ଚୋରି ଦୀର୍ଘ ୬ମାସ ପରେ ଫେରାଇ ଦେଇଥିବା କୁହାଯାଉଛି। ଚୋର ଭଗବାନ ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ଏକ ଅଖାବ୍ୟାଗରେ ଭର୍ତ୍ତି କରି ଏକ ଚିଠି ସହିତ ଚାଷ ଜମିରେ ଛାଡ଼ି ଦେଇ ଚାଲିଯାଇଥିଲା। ଏହି ଜମିରେ କାମ କରୁଥିବା କିଛି ଚାଷୀ ଉକ୍ତ ବ୍ୟାଗକୁ ଖୋଲି ଦେଖିଲା ବେଳକୁ ସେଥିରେ ଗ୍ରାମରୁ ଚୋରି ହୋଇଥିବା ରାଧାକୃଷ୍ଣଙ୍କ ମୂର୍ତ୍ତି ରହିଥିଲା।
ଦୀର୍ଘ ୬ମାସ ପରେ ସେମାନେ ନିଜର ଗାଁ ଠାକୁରଙ୍କୁ ଫେରି ପାଇ ଖୁସି ହୋଇଯାଇଥିଲେ। ଏଥିସହିତ ମୂର୍ତ୍ତିର ପ୍ରତିଷ୍ଠା କରି ସ୍ଥାପନା ପାଇଁ ଚିନ୍ତା କରୁଥିବା ବେଳେ ବ୍ୟାଗ ଭିତରେ ଏକ କାଗଜ ଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏହି କାଗଜ ଖୋଲିଲା ପରେ ସେଥିରେ ହାତରେ ଲେଖାଥିଲା, ‘ଭଗବାନଙ୍କ ଠାରୁ ଦଣ୍ଡ ମିଳି ଯାଇଛି। କ୍ଷମା କରିଦେବେ’।
ଚୋରି ହୋଇଥିବା ମୂର୍ତ୍ତିର ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
[ad_2]




