ମନୋରଞ୍ଜନ

ସୁହାନୀ ପ୍ରାର୍ଥନା ସଭାରେ ପହଞ୍ଚି ପରିବାରକୁ ସାନ୍ତ୍ବନା ଦେଲେ କୁସ୍ତିଯୋଦ୍ଧା ବବିତା ଫୋଗଟ – Kalinga News

[ad_1]

ମୁମ୍ବାଇ: ଶୁକ୍ରବାର ବଲିଉଡ ଅଭିନେତ୍ରୀ ସୁହାନୀ ଭଟନାଗରଙ୍କ ୧୯ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ୨୦୧୬ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଦଙ୍ଗଲ’ରେ ଆମୀର ଖାନଙ୍କ ସାନ ଝିଅ ଭୂମିକାରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ସୁହାନୀ। ତାଙ୍କୁ ବବିତା ଫୋଗଟ୍‌ଙ୍କ ‌ପିଲା ବେଳର ଭୂମିକା ମିଳିଥିଲା। ଏବେ ତାଙ୍କର ମୃତ୍ୟୁ ହେବା ପରେ କୁସ୍ତିଯୋଦ୍ଧା ବବିତ‌ା ଫୋଗଟ ତାଙ୍କ ପରିବାରକୁ ଭେଟିଥିବା ଜଣାପଡ଼ିଛି।

ଅନ୍ତିମ ସଂସ୍କାର ପରେ ସୁହାନୀଙ୍କ ପାଇଁ ପରିବାର ଲୋକେ ଏକ ପ୍ରାର୍ଥନା ସଭା କରିଥିଲେ। ଏଥିରେ ସୁହାନୀଙ୍କ ବନ୍ଧୁ ଓ ସମ୍ପର୍କୀୟ ସାମିଲ ହୋଇଥିବା ବେଳେ ବବିତ‌ା ଫୋଗଟ ମଧ୍ୟ ସୁହାନୀଙ୍କ ପ୍ରାର୍ଥନା ସଭାରେ ପହଞ୍ଚିଥିବା ଦେଖାଯାଇଥିଲା। ସୋସିଆଲ ମିଡିଆରେ କିଛି ଫଟୋ ଏବେ ଭାଇରାଲ ହେଉଛି, ଯେଉଁଥିରେ ବବିତା, ସୁହାନୀଙ୍କ ଫଟୋ ଆଗରେ ଛିଡ଼ା ହୋଇ ତାଙ୍କୁ ପ୍ରଣାମ କରୁଥିବା ବେଳେ ଅନ୍ୟ ଏକ ଫଟୋରେ ସୁହାନୀଙ୍କ ମା’ଙ୍କ ହାତ ଧରି ତାଙ୍କୁ ସାନ୍ତ୍ବନା ଦେଉଥିବା ଦେଖିବାକୁ ମିଳିଛି।

ଏହା ପୂର୍ବରୁ ସୁହାନୀଙ୍କ ମୃତ୍ୟୁ ଖବର ପାଇ ସୁପରଷ୍ଟାର ଆମୀର ଖାନ ପ୍ରତିକ୍ରିୟା ଦେଇ କହିଥିଲେ,  “ସୁହାନୀଙ୍କ ଦେହାନ୍ତ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ । ତାଙ୍କ ମାତା ପୂଜାଜୀ ଏବଂ ସମଗ୍ର ପରିବାର ପ୍ରତି ଆମର ସମବେଦନା ରହିଛି। ସୁହାନୀ ଜଣେ ପ୍ରତିଭାବାନ ଝିଅ ଥିଲେ। ସୁହାନୀଙ୍କ ବିନା ‘ଦଙ୍ଗଲ’ ଅସମ୍ପୂର୍ଣ୍ଣ ହୋଇଥାନ୍ତା। ସୁହାନୀ, ତୁମେ ସବୁବେଳେ ଆମ ହୃଦୟରେ ଉଜ୍ଜ୍ୱଳ ତାରା ପରି ରହିବ। ତୁମର ଅମର ଆତ୍ମାକୁ ​​ଶାନ୍ତି ମିଳୁ।”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button