ରାଜନୀତି

ଆମେଠିରେ ମୁହାଁମୁହିଁ ହେବେ ରାହୁଲ ଗାନ୍ଧି-ସ୍ମୃତି ଇରାନୀ ! – Kalinga News

[ad_1]

ଆମେଠି : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଆମେଠିରେ ରାଜନୈତିକ ଗତିବିଧି ତୀବ୍ର ହେବାରେ ଲାଗିଛି। ଗୋଟିଏ ପଟେ ଆମେଠିର ପୂର୍ବତନ ସାଂସଦ ରାହୁଲ ଗାନ୍ଧି ଦୀର୍ଘ ଦିନ ପରେ ସୋମବାର (ଫେବ୍ରୁଆରି ୧୯) ଭାରତ ଯୋଡୋ ନ୍ୟାୟ ଯାତ୍ରା ନେଇ ଆମେଠି ଆସୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ଆମେଠି ସାଂସଦ ସ୍ମୃତି ଇରାନୀ ମଧ୍ୟ ସୋମବାରଠାରୁ ୪ ଦିନିଆ ନିଜ ସଂସଦୀୟ କ୍ଷେତ୍ର ଗସ୍ତରେ ଆସିବେ।

ସ୍ମୃତି ଇରାନୀ ଦୁଇ ଡଜନ ଗାଁରେ ଜନ ସମ୍ବାଦ ବିକାଶ ଯାତ୍ରାରେ ଯୋଗ ଦେଇ ନିଜ ନୂଆ ବାସଭବନରେ ପ୍ରବେଶ କରିବେ ଏବଂ ସେପଟେ ରାହୁଲ ଗାନ୍ଧୀ ବାବୁଗଞ୍ଜରେ ଆମେଠି ଓ ଗୌରୀଗଞ୍ଜ ସହରରେ ପଦଯାତ୍ରା କରି ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଦୀର୍ଘ ଦିନ ପରେ ଆମେଠିକୁ ଆସୁଥିବା ପୂର୍ବତନ ସାଂସଦ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସ୍ଥାନୀୟ କଂଗ୍ରେସ ନେତାମାନେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି।

ଆମେଠିରେ ଦୁଇ ବଡ଼ ନେତା ଏକାଠି ହେବା ପରେ ରାଜନୀତି ସରଗରମ ହୋଇଛି। ଆଗାମୀ ଲୋକସଭା ନିର୍ବାଚନରେ ପୁଣି ଏହି ଦୁଇ ନେତାଙ୍କ ମଧ୍ୟରେ ଲଢେଇହେବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ଆମେଠିରେ ସ୍ମୃତିଙ୍କଠାରୁ ପରାଜିତ ହୋଇଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button